Categories: ଜାତୀୟ

ବିବାଦୀୟ ମନ୍ତବ୍ୟରୁ ଓହରିଲେ ରାମଦେବ

ନୂଆଦିଲ୍ଲୀ,୨୩।୫: ଯୋଗଗୁରୁ ବାବା ରାମଦେବ ଏଲୋପାଥି ଚିକିତ୍ସାକୁ ନେଇ ଶନିବାର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଦୁର୍ଭାଗ୍ୟ ଜନକ କହିବା ପରେ ରାମଦେବ ଟୁଇଟ୍‌ କରି ନିଜ ମନ୍ତବ୍ୟରୁ ସେ ଓହରିଛନ୍ତି ବୋଲି କହିଛନ୍ତି।

ଟୁଇଟରେ ରାମଦେବ କହିଛନ୍ତି, ମୋ’ ମତକୁ ନେଇ ଯେଉଁ ବିବାଦ ଉପୁଜିଛି ଏଥିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଯାଇ ମୁଁ ମୋର ମନ୍ତବ୍ୟରୁ ଓହରୁଛି। ମୁଁ ଦେଇଥିବା ମନ୍ତବ୍ୟ ପାଇଁ ଅନୁତପ୍ତ ।

ଏଥିସହ ହର୍ଷବର୍ଦ୍ଧନଙ୍କୁ ଏକ ଚିଠି ଲେଖିଛନ୍ତି ରାମଦେବ। ପତଞ୍ଜଳି ଯୋଗପୀଠର ଲେଟର ପ୍ୟାଡରେ ରାମଦେବ ଲେଖିଛନ୍ତି ଯେ, ଆମେ ଆଧୁନିକ ଚିକିତ୍ସା ବ୍ୟବସ୍ଥା ଏବଂ ଏଲୋପାଥିକୁ ସେ ବିରୋଧ କରୁନାହାନ୍ତି। ଅସ୍ତ୍ରୋପଚାର କ୍ଷେତ୍ରରେ ଏଲୋପାଥି ବହୁତ ଅଗ୍ରଗତି କରିଛି। ଏହା ମାନବିକତା ପାଇଁ ଏକ ବରଦାନ ସଦୃଶ। ତାଙ୍କର ଯେଉଁ ଭିଡିଓ ଉପସ୍ଥାପିତ ହୋଇଛି ତାହା କର୍ମଚାରୀଙ୍କ ସହ ଏକ ବୈଠକ ବେଳର। ଯେଉଁଥିରେ ସେ ହ୍ବାଟସ୍‌ଆପରେ ଆସିଥିବା ଏକ ବାର୍ତ୍ତାକୁ ଉଦ୍ଦୃତ କରି ଶୁଣାଉଥିଲେ। କିନ୍ତୁ ଏହା ଯଦି କାହାର ଭାବନାକୁ ଆଘାତ ଦେଇଛି ସେ ଅନୁତପ୍ତ ବୋଲି କହିଛନ୍ତି।

Share