Categories: ଜାତୀୟ

କେଜରିଓ୍ବାଲଙ୍କୁ ଭାଜପାର ପ୍ରଶ୍ନ, କାହିଁକି ହୋଇଛ ମୁଖ୍ୟମନ୍ତ୍ରୀ, ଦୁର୍ଯ୍ୟୋଧନଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ,୧୪।୭: ଏବେ ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ଦିଲ୍ଲୀ। ବନ୍ୟାରେ ସମ୍ପୂର୍ଣ୍ଣ ଦିଲ୍ଲୀ ଏକ ପ୍ରକାର ବୁଡି ଯାଇଛି କହିଲେ ଚଳେ। ଏଭଳି ସ୍ଥିତିରେ ଦିଲ୍ଲୀର ମନ୍ତ୍ରୀ କହୁଛନ୍ତି ବ୍ୟାରେଜର ସମସ୍ତ ଗେଟ ନ ଖୋଲିବା ଫଳରେ ସମ୍ପୁର୍ଣ୍ଣ ପାଣିକୁ ନିଷ୍କାସନ କରାଯାଇ ପାରିଲା ନାହିଁ। ହେଲେ ଭାରତୀୟ ଜନତା ପାର୍ଟି(ଭାଜପା) ଏମପି ରମେଶ ବିଧୁରି ଏହାକୁ ନେଇ ଦିଲ୍ଲୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ପ୍ରତି ବର୍ଷ ବର୍ଷା ହେଉଛି। ତେଣୁ ଏହା ପୂର୍ବରୁ ସରକାର ବର୍ଷା ପାଇଁ ପ୍ରସ୍ତୁତ ହେବା ଦରକାର। ସେଥିମଧ୍ୟରେ ବ୍ୟାରେଜ ଠିକ ଭାବେ କାମ କରୁଛି କି ନା ତାହା ମଧ୍ୟ ସାମିଲ।
ଭାଜପା ଏମପି ଆହୁରି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହୁଛନ୍ତି ବ୍ୟାରେଜ କାମ ନ କରିବାରୁ ଆମେ ପାଣି ଛାଡି ପାରୁନୁ। ମୋର ପ୍ରଶ୍ନ ହେଉଛି ଆପଣ କାହିଁକି ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହାସହ ଭାଜପା ଏମପି ଅରବିନ୍ଦ କେଜରିଓ୍ବାଲଙ୍କ ତୁଳନା ମହାଭାରତର ଏମିତି ଜଣେ ଯୁବରାଜଙ୍କ ସହ କରିଦେଲେ ଯେଉଁଥିପାଇଁ ଏବେ ତାଙ୍କ ବୟାନ ଚର୍ଚ୍ଚାର ବିଷୟ ହୋଇ ଯାଇଛି।

Share