Categories: ଜାତୀୟ

ପାଇଲଟଙ୍କୁ ପରାଜିତ କରିବା ପାଇଁ ଭାଜପାର ବଡ ଷଡଯନ୍ତ୍ର

ଜୟପୁର,୨୮।୯: ଲୋକସଭାରେ ବିଏସପି ସାଂସଦ ଡାନିଶ ଅଲିଙ୍କୁ ଭାଜପା ସାଂସଦ ରମେଶ ବିଧୁରୀ ଅଶାଳୀନ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ବିବାଦ ଭିତରେ ବିଧୁରୀଙ୍କୁ ଆସନ୍ତା ରାଜସ୍ତାନ ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। କଂଗ୍ରେସ ଏମପି ସଚିନ ପାଇଲଟଙ୍କ ନିର୍ବାଚନମଣ୍ଡଳୀ ଟୋଙ୍କରେ ଭାଜପା ବିଧୁରୀଙ୍କୁ ଦାୟିତ୍ୱ ଦେଇଛି। ତେବେ ପାଇଲଟଙ୍କୁ ହରାଇବା ପାଇଁ ଭାଜପା ଏକ ବଡ ଷଡଯନ୍ତ୍ର କରୁଥିବା ନେଇ ରାଜନୀତିଜ୍ଞ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଜସ୍ଥାନ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ବର୍ତ୍ତମାନ ଟୋଙ୍କରୁ ବିଧାୟକ ଅଛନ୍ତି। ଅନୁମାନ କରାଯାଉଛି କି ଆଗାମୀ ବିଧାନସଭା ନିର୍ବାଚନରେ ସେ ସେଠାରୁ ନିର୍ବାଚନ ଲଢିବେ।

ପାଇଲଟ ଗୁଜ୍ଜର ସମ୍ପ୍ରଦାୟର ଅଟନ୍ତି। ତେଣୁ ଟୋଙ୍କରେ ଗୁଜ୍ଜର ସମ୍ପ୍ରଦାୟଙ୍କ ଭୋଟ ହାତେଇବା ପାଇଁ ଭାଜପା ନିଜର ଗୋଟି ଚାଳନା କରିଛି। ଟୋଙ୍କରେ ଭାଜପା ଗୁଜ୍ଜର ସମ୍ପ୍ରଦାୟର ସାଂସଦ ବିଧୁରୀଙ୍କୁ ଲଢିବା ପାଇଁ ଦାୟିତ୍ୱ ଦେଇଛି। ଟୋଙ୍କ ପାଇଲଟଙ୍କ ଗଡ଼ ବୋଲି ବିବେଚନା କରାଯାଏ। ଗତ ବିଧାନସଭା ନିର୍ବାଚନରେ ଅନୁମାନ କରାଯାଉଥିଲା କି ଯଦି କଂଗ୍ରେସ ଜିତେ ତେବେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ, ତେଣୁ ରାଜସ୍ଥାନର ଗୁଜରମାନେ ଏକପାଖିଆ ଭାବେ କଂଗ୍ରେସ ସପକ୍ଷରେ ଭୋଟ ଦେଇଥିଲେ। ତେଣୁ ସେଠାରେ ଭାଜପାକୁ ବହୁତ କ୍ଷତି ସହିବାକୁ ପଡିଥିଲା। କିନ୍ତୁ, ଏଥର କଂଗ୍ରେସ ବିରୋଧରେ ଗୁଜ୍ଜରମାନଙ୍କର ଅସନ୍ତୋଷରୁ ଫାଇଦା ଉଠାଇବା ପାଇଁ ଭାଜପା ନିଜର ରଣନୀତି ପ୍ରସ୍ତୁତ କରିଛି।

Share