Categories: ଖେଳ

ଚେତାବନୀ ଦେଲା ପାକିସ୍ତାନ: ଭାରତ ଏସିଆ କପ୍‌ ଖେଳିବାକୁ ନ ଆସିଲେ ପାକିସ୍ତାନ ଦିନିକିଆ ବିଶ୍ୱକପ୍‌ ଖେଳିବାକୁ ଯିବନି ଭାରତ

ଇସଲାମାବାଦ,୨୭।୧୧: ଭାରତ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଏସିଆ କପ ଏବଂ ଦିନିକିଆ ବିଶ୍ୱକପକୁ ନେଇ ପୁଣି ଥରେ ସାମ୍ନାସାମ୍ନି ହୋଇଛି। ବିସିସିଆଇ ସଚିବ ଜୟ ଶାହା ନିକଟରେ କହିଥିଲେ, ଟିମ ଇଣ୍ଡିଆ ଆସନ୍ତା ବର୍ଷ ଏସିଆ କପ ପାଇଁ ପାକିସ୍ତାନ ଯିବ ନାହିଁ। ଏକ ନିରପେକ୍ଷ ସ୍ଥାନରେ ଏସିଆ କପ ଅନୁଷ୍ଠିତ ହେବ। ଏହା ଉପରେ ପିସିବି ମୁଖ୍ୟ ରମିଜ ରାଜାଙ୍କ ପ୍ରତିକ୍ରିୟା ଏବେ ଆସିଛି। ସେ କହିଛନ୍ତି, ଯଦି ଟିମ ଇଣ୍ଡିଆ ଏସିଆ କପ ଖେଳିବାକୁ ପାକିସ୍ତାନ ଆସିବ ନାହିଁ, ତା’ହେଲେ ଆମେ ମଧ୍ୟ ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଯିବୁ ନାହିଁ।
ଏସିଆ କପ ୨୦୨୩ ପାକିସ୍ତାନରେ ଅନୁଷ୍ଠିତ ହେବ। ତେବେ ଏସୀୟ କ୍ରିକେଟ ପରିଷଦର ଚେୟାରମ୍ୟାନ ଜୟ ଶାହା ଏହା ଏକ ନିରପେକ୍ଷ ସ୍ଥାନରେ ଅନୁଷ୍ଠିତ ହେବ ବୋଲି କହିଥିଲେ। ଏନେଇ ରମିଜ ରାଜା କହିଛନ୍ତି, ଯଦି ଆସନ୍ତା ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପରେ ପାକିସ୍ତାନ ଅଂଶଗ୍ରହଣ କରେ କରିବ ନାହିଁ, ତେବେ କିଏ ଏହାକୁ ଦେଖିବ? ଆମର ମତ ସ୍ପଷ୍ଟ। ଯଦି ଭାରତୀୟ ଦଳ ଏଠାକୁ ନ ଆସିବ ତେବେ ଆମେ ବିଶ୍ୱକପ ପାଇଁ ଯିବୁ ନାହିଁ। ଯଦି ସେମାନେ ଆମ ବିନା ବିଶ୍ୱକପ ଖେଳିପାରିବେ। ଆମେ ଏକ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବୁ।
୨୦୨୩ରେ ହେବାକୁ ଥିବା ପରବର୍ତ୍ତୀ ଏସିଆ କପ ଦିନିକିଆ ଫର୍ମାଟରେ ଖେଳାଯିବ। ଆଗାମୀ ବଡ ଆଇସିସି ଟୁର୍ନାମେଣ୍ଟକୁ ଦୃଷ୍ଟିରେ ରଖି ଏସିଆ କପ ସମାନ ଫର୍ମାଟରେ ଖେଳାଯାଏ। ଅର୍ଥାତ୍‌ ୨୦୨୨ରେ ଟି-୨୦ ବିଶ୍ୱକପ ଖେଳାଯିବାକୁ ଥିଲା।ଏଭଳି ପରିସ୍ଥିତିରେ ଏସିଆ କପ ଟି-୨୦ ଫର୍ମାଟରେ ମଧ୍ୟ ଖେଳାଯାଇଥିଲା। ଏଥି ସହିତ ୨୦୨୩ରେ ଦିନିକିଆ ବିଶ୍ୱକପ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଏସିଆ କପ ମଧ୍ୟ ଦିନିକିଆ ଫର୍ମାଟରେ ଖେଳାଯିବ।

Share