Categories: ଖେଳ

ପାକିସ୍ତାନ ଅଧିନାୟକଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ରମିଜ ରାଜା

ଇସଲାମାବାଦ୍‌,୯।୮:ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ ବୋର୍ଡର ପୂର୍ବତନ ମୁଖ୍ୟ ରମିଜ ରାଜା ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏକଥା ଅନ୍ୟ କେହି ନୁହେଁ ବରଂ ସେ ନିଜେ କହିଚନ୍ତି। ଏହା ପରେ ସୋସିଆଲ ମିଡିଆରେ ରମିଜ ରାଜାଙ୍କୁ ଟ୍ରୋଲ କରାଯାଉଛି। ବାବର ଆଜମ ଶ୍ରୀଲଙ୍କାର ଲଙ୍କା ପ୍ରିମିୟର ଲିଗରେ ଖେଳୁଛନ୍ତି। ସେ ପ୍ରଥମ ଥର ପାଇଁ ଏହି ଲିଗର ଏକ ଅଂଶ ହୋଇପାରିଛନ୍ତି ଏବଂ ଅଗଷ୍ଟ ୭ରେ ସେ ଏକ ଶତକ ଖେଳି ନିଜ ଦଳକୁ ଜିତାଇଥିଲେ। ମ୍ୟାଚ ବିଜୟୀ ଶତକ ହାସଲ କରିବା ପରେ ରମିଜ ରାଜା ପାକିସ୍ତାନ ଅଧିନାୟକଙ୍କ ପାଇଁ ପ୍ରଶଂସା କରିଥିଲେ।
ରମିଜ ରାଜା ଏଲପିଏଲ କମେଣ୍ଟ୍ରି ପ୍ୟାନେଲର ଏକ ଅଂଶ ଥିଲେ ଏବଂ ବାବର ଆଜାମଙ୍କୁ ତାଙ୍କର ଦଶମ ଟି-୨୦ ଶତକର ଅଭିନନ୍ଦନ ଜଣାଇବାବେଳେ ଏକ ମଜାଳିଆ ମନ୍ତବ୍ୟ ଦେଇଥିଲେ। ରମିଜ କହିଛନ୍ତି, ମୁଁ ତାଙ୍କୁ ସମ୍ପୂର୍ଣ୍ଣ ଭଲପାଏ – ତାଙ୍କୁ ବିବାହ କରିବାକୁ ଚାହୁଁଛି।
ଏଲପିଏଲରେ ଏକ ଶତକ ସହିତ ବାବର ଦ୍ୱିତୀୟ ବ୍ୟାଟ୍ସମ୍ୟାନ ଭାବେ ଟି-୨୦ କ୍ରିକେଟରେ ୧୦ମ ଶତକ ହାସଲ କରିଥିଲେ। କ୍ରିସ ଗେଲ ଟି-୨୦ରେ ସର୍ବାଧିକ ୨୨ ଶତକ ସ୍କୋର କରିବାର ରେକର୍ଡ ରଖିଛନ୍ତି।

Share