Categories: ଜାତୀୟ

ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ

ଲକ୍ଷ୍ନୌ,୯ ।୧୧: ଶ୍ରୀରାମ ଜନ୍ମଭୂମି ତିର୍ଥ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ଅସୁସ୍ଥ ହୋଇପଡିଛନ୍ତି । ତାଙ୍କୁ ଏକ ଆମ୍ବୁଲାନ୍ସ ଯୋଗେ ଲକ୍ଷ୍ନୌ ନିଆଯାଇଛି । ଛାତିରେ ଯନ୍ତ୍ରଣା ସହ ନିଶ୍ୱାସ ଦେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିବା ଜଣାପଡିଛି । କିଛିଦିନ ତଳେ ସେ କରୋନାରୁ ସୁସ୍ଥ ହୋଇ ଫେରିଥିଲେ । ସୂଚନାଯୋଗ୍ୟ, ଅଯୋଧ୍ୟା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ନୃତ୍ୟ ଗୋପାଳ ଦାସ ଅଗଷ୍ଟ ମାସରେ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ । ସେତେବେଳେ ତାଙ୍କ ଚିକିତ୍ସା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପରେ ସେ ସୁସ୍ଥ ହୋଇଯାଇଥିଲେ ।

Share