Advertisement
Categories: ଖେଳ

ରାମକୁମାର ରନର୍ସଅପ୍‌

ଇକେଣ୍ଟାଲ୍‌, :ଭାରତୀୟ ଟେନିସ ଖେଳାଳି ରାମକୁମାର ରମାନାଥନ ଚ୍ୟାଲେଞ୍ଜର ସର୍କିଟରେ ପୁଣି ଥରେ ରନର୍ସ ହୋଇଛନ୍ତି। ରବିବାର ଅନୁଷ୍ଠିତ ଇକେଣ୍ଟାଲ ଟେନିସ୍‌ ଇଭେଣ୍ଟର ଫାଇନାଲରେ ସେ ଆମେରିକାର ସେବାଷ୍ଟିଆନ କୋର୍ଡାଙ୍କଠାରୁ ୪-୬, ୪-୬ ସେଟ୍‌ରେ ହାରିଯାଇଛନ୍ତି। ଏହି ମ୍ୟାଚ ଏକ ଘଣ୍ଟା ୨୩ ମିନିଟ୍‌ ଧରି ଚାଲିଥିଲା। ଏହାକୁ ମିଶାଇ ରାମକୁବାର ୫ମ ଥର ଚ୍ୟାଲେଞ୍ଜର ସର୍କିଟ ଫାଇନାଲ ଜିତିବାରେ ବିଫଳ ହୋଇଛନ୍ତି। ପୂର୍ବରୁ ସେ ତାଲାହାସି (ଏପ୍ରିଲ ୨୦୧୭), ଓ୍ବିନେଟ୍‌କା (୨୦୧୭ ଜୁଲାଇ), ପୁଣେ (ନଭେମ୍ବର ୨୦୧୭) ଏବଂ ତାଇପେ (ଏପ୍ରିଲ-୨୦୧୮)ଠାରେ ରନର୍ସ ଅପ୍‌ ହୋଇଛନ୍ତି। ଅବଶ୍ୟ ୨୦୨୦ ସିଜନରେ ରାମକୁମାରଙ୍କର ଏହା ଶ୍ରେଷ୍ଠ ପ୍ରଦର୍ଶନ ଥିଲା। ଏଠାରେ ରନର୍ସଅପ୍‌ ହେବା ଦ୍ୱାରା ସେ ୭୨୦୦ ୟୁରୋ ପୁରସ୍କାର ରାଶି ପକେଟସ୍ଥ କରିଥିବାବେଳେ ୬୦ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଫଳରେ ଏଟିପି ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ ତାଲିକାରେ ସେ ୨୦୬ରୁ ୧୮୫ତମ ସ୍ଥାନକୁ ଉନ୍ନୀତ ହୋଇଯିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel