Advertisement
Categories: ଜାତୀୟ

ଗର୍ଭଗୃହରୁ ଆସିଲା ରାମଲାଲାଙ୍କ ନୂଆ ଫଟୋ, ଦେଖନ୍ତୁ ଅଦ୍ଭୁତ ସ୍ବରୂପ

ଅଯୋଧ୍ୟା,୧୯।୧: ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ମୂର୍ତ୍ତି ସ୍ଥାପନ ପରେ ଏହାର ଫଟୋ ସାମ୍ନାକୁ ଆସିବାରେ ଲାଗିଛି। ଶୁକ୍ରବାର ରାମଲାଲାଙ୍କ ଆଉ ଏକ ଫଟୋ ଆସିଛି, ଯେଉଁଥିରେ ତାଙ୍କର ସମ୍ପୂର୍ଣ୍ଣ ରୂପ ଦେଖିବାକୁ ମଳୁଛି। ଫଟୋରେ ରାମଲାଲାଙ୍କୁ ଫୁଲରେ ସଜାଯାଇଛି।

ଅସ୍ଥାୟୀ ମନ୍ଦିରରେ ତାଙ୍କ ଚାରି ଭାଇଙ୍କ ସହ ରାମଲାଲା ଉପସ୍ଥିତ ଅଛନ୍ତି। ବସିଥିବା ରାମଲାଲାଙ୍କ ପ୍ରତିମା ମାତ୍ର ୬ଇଞ୍ଚ ଉଚ୍ଚ ଅଟେ। ଏହି ପ୍ରତିମା ଭିତରେ, ରାମଲାଲା ଗୋଟିଏ ହାତରେ ଲଡୁ ସହିତ ଆଣ୍ଠୁରେ ବସିଛନ୍ତି। ଭରତଙ୍କ ପ୍ରତିମା ମଧ୍ୟ ୬ଇଞ୍ଚ ଉଚ୍ଚ ହୋଇଥିବାବେଳେ ଲକ୍ଷ୍ମଣ ଏବଂ ଶାତ୍ରୁଘ୍ନଙ୍କ ପ୍ରତିମାଗୁଡ଼ିକ ମାତ୍ର ୩ଇଞ୍ଚ ଉଚ୍ଚ ଅଟେ। ଗର୍ଭଗୃହରେ ହନୁମାନଙ୍କ ଦୁଇଟି ମୂର୍ତ୍ତି ମଧ୍ୟ ଅଛି, ସେଥିମଧ୍ୟରୁ ୫ ଇଞ୍ଚ ଉଚ୍ଚତାର ଗୋଟିଏ ମୂର୍ତ୍ତି ହୋଇତିବା ବେଳେ, ଆଉ ଗୋଟିଏ ବଡ଼ ମୂର୍ତ୍ତି ପ୍ରାୟ ତିନି ଫୁଟ ଉଚ୍ଚ ଅଟେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share