Categories: ଜାତୀୟ

ରାଜଧାନୀରେ ହେବ ଦୁର୍ଗାପୂଜା, ରାମଲିଳା

ନୂଆଦିଲ୍ଲୀ,୧୨ ।୧୦: ବେଶ୍ କିଛି ସମୟର ସଂଶୟ ପରେ ଶେଷରେ ଏହାର ସମାଧାନ ବାହାରିଛି । ରାଜଧାନୀ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ୍‌ଏ) ସେଠାରେ ଦଶହରା ପାଳନ ଓ ରାମଲିଳା କରିବାକୁ ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ଏକ ସ୍ୱତନ୍ତ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି । ରବିବାର ବିଳମ୍ବିତ ରାତିରେ ମୁଖ୍ୟ ସଚିବ ବିଜୟ କୁମାର ଦେବ ଏହା ଜାରି କରିଛନ୍ତି । ଗାଇଡ୍‌ଲାଇନ ଅନୁଯାୟୀ, ପେଣ୍ଡାଲ ନିକଟରେ ମେଳା, ଦୋଳି ଓ ଖାଇବା ଦୋକାନ ଲାଗି ପାରିବ ନାହିଁ ବୋଲି କୁହାଯାଇଛି । ତେବେ ପୂଜାପାଇଁ ଜିଲା ଅଧିକାରୀ ଓ ଜିସିପିଙ୍କ ଅନୁମତି ନେବାକୁ ପଡିବ । ଆୟୋଜକ ସମ୍ପୂର୍ଣ୍ଣ ପୂଜାର ଭିଡିଓଗ୍ରାଫି କରିବେ । ଭ୍‌କ୍ତଙ୍କ ଯିବା ଆସିବା ପାଇଁ ଅଲଗା ଗେଟ କରାଯିବା ସହ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ବୋଲି କୁହାଯାଇଛି ।

Share