Categories: ଜାତୀୟ

‘ରାମମୟ’ ଅଯୋଧ୍ୟା: ରାମଲାଲାଙ୍କ ୫୦୦ ବର୍ଷ ‘ନିର୍ବାସନ’ର ସମାପ୍ତି କରି ଆଜି ହେବ ‘ପ୍ରାଣ ପ୍ରତିଷ୍ଠା’

ଅଯୋଧ୍ୟା,୨୨।୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ ଉତ୍ସବମୁଖର। ସନାତନ ସଂସ୍କୃତିର ଆମତ୍ା, ରଘୁନନ୍ଦନ ରାଘବ ରାମଲାଲା ନିଜ ଜନ୍ମଭୂମି ଅଓ୍ବଧପୁରୀର ଦିବ୍ୟ ସ୍ଥାନରେ ବିରାଜମାନ କରିସାରିଛନ୍ତି। ଅପରାହ୍ନ ୧୨ଟା ୨୦ରୁ ୪୦ ମିନିଟ ଧରି ଚାଲିବାକୁ ଥିବା ପ୍ରାଣ ପ୍ରତିଷ୍ଠା ଉତ୍ସବର ସାକ୍ଷୀ ହେବା ପାଇଁ ମୋକ୍ଷଦାୟିନୀ ଅଯୋଧ୍ୟାରେ କେବଳ ଭାରତ ନୁହେଁ, ସାରା ବିଶ୍ୱର କୋଣ ଅନୁକୋଣରୁ ରାମଭକ୍ତମାନେ ଆସିବାରେ ଲାଗିଛନ୍ତି। ସତେ ଯେମିତି ପ୍ରତ୍ୟେକ ରାସ୍ତା ରାମ ଜନ୍ମଭୂମିକୁ ଲମ୍ବିଛି। ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି।

ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ଅନେକ ବର୍ଷର ଆଇନଗତ ଲଢ଼େଇ ପରେ ୨୦୧୯ ନଭେମ୍ବରରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପୂର୍ବରୁ ବାବ୍ରୀ ମସ୍‌ଜିଦ ଥିବା ବିବାଦୀୟ ସ୍ଥଳରେ ରାମମନ୍ଦିର ନିର୍ମାଣର ପଥକୁ ସୁଗମ କରିଥିଲା। ଶେଷରେ କେନ୍ଦ୍ର ଏବଂ ୟୁପିର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉଦ୍ୟମ କ୍ରମେ ରାମମନ୍ଦିର ନିର୍ମାଣ ହୋଇଛି। ନ୍ୟାୟ ଓ ସତ୍ୟର ବିଜୟ ତିକ୍ତ ସ୍ମୃତିଗୁଡ଼ିକୁ ଲିଭାଇ ସୁଲଳିତ ସମାଜ ଗଠନ ଦିଗରେ ଏକ ନୂଆ ଇତିହାସ ରଚୁଛି। ନିର୍ମିତ ରାମଲାଲାଙ୍କ ୫୧ ଇଞ୍ଚ ବିଶିଷ୍ଟ ବାଳସ୍ବରୂପ ବିଗ୍ରହ ଗର୍ଭଗୃହରେ ସ୍ଥାପିତ ହୋଇସାରିଛି। ଏଥିସହ ଧର୍ମନଗରୀ ଅଯୋଧ୍ୟା ନିଜ ହୃତ ଗୌରବ ଫେରିପାଇଛି ବୋଲି ସାଧୁସନ୍ଥ ଓ ଭକ୍ତମାନେ ଆମତ୍ହରା ହୋଇଉଠୁଛନ୍ତି।

Share