ଭୂମିପୂଜା ପାଇଁ ଉତ୍ସବମୁଖରିତ ରାମନଗରୀ: ୧ଲକ୍ଷ ୧୧ହଜାର ଲଡ଼ୁରେ ମଣୋହି ହେବେ ରାମଲଲା

ଅଯୋଧ୍ୟା,୩୧।୭: ବହୁ ପ୍ରତିକ୍ଷୀତ ଆଯୋଧ୍ୟାରେ ରାମଲଲାଙ୍କ ପାଇଁ ଏବେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି। ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା ସହ ଶିଳାନ୍ୟାସ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନବବଧୂ ଭଳି ସଜେଇ ହୋଇଛି ଆଯୋଧ୍ୟା। ଭୂମିପୂଜା ଦିନ ରାମଲଲାଙ୍କ ପିନ୍ଧିବା ବସ୍ତ୍ର ମଧ୍ୟ ତିଆରି ହୋଇସାରିଛି। ଇତିମଧ୍ୟରେ ରାମଲଲାଙ୍କୁ ୧ଲକ୍ଷ ୧୧ହଜାର ଲଡ଼ୁରେ ଭୋଗ ଚଢ଼ାଯିବ। ଅଯୋଧ୍ୟାର ମଣିରାମଦାସ ଛାଉଣୀରେ ଏହି ଲଡ଼ୁ ପ୍ରସ୍ତୁତ କରାଯାଉଛି। ଏହାକୁ ଏକ ଷ୍ଟିଲ୍‌ ଡ଼ବାରେ ଭର୍ତ୍ତି କରାଯାଇ ଅଯୋଧ୍ୟା ଓ ଅନ୍ୟ ତୀର୍ଥକ୍ଷେତ୍ରରେ ବଣ୍ଟନ କରାଯିବ ବୋଲି ଜଣାପଡ଼ିିଛି। ଅନ୍ୟପଟେ ଅଯୋଧ୍ୟାର ସାଜସଜ୍ଜାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଏହାକୁ ତ୍ରେତୟା ଯୁଗ ଭଳିି ସଜାଇ ଦିଆଯାଉ। ଏଥିସହ ଅଗଷ୍ଟ ୫ରେ ଏଠାରେ ଦୀପାବଳି ମନାଇବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି।

Share