Categories: ଜାତୀୟ

ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଡିନରର ଆୟୋଜନ କରିବେ କୋବିନ୍ଦ

ନୂଆଦିଲ୍ଲୀ,୨୧ ।୭: ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି ଭବନ ଛାଡିବେ । ହେଲେ ଏହା ପୂର୍ବରୁ ସେ ନବ ନିର୍ବାଚିତ ରାଷ୍ଟ୍ରପତିଙ୍କ ପାଇଁ ଏକ ଡିନରର ଆୟୋଜନ କରିଛନ୍ତି । ଏହାସହ କେନ୍ଦ୍ର ମନ୍ତ୍ରିମଣ୍ଡଳ ବି ଏହି ଡିନରରେ ଭାଗ ନେବେ । ରାଷ୍ଟ୍ରପତି ଭବନରେ ଜୁଲାଇ ୨୪ରେ ସନ୍ଧ୍ୟା ୭ଟାରେ ଏହି ଡିନର ପାର୍ଟି ଆୟୋଜନ କରାଯାଇଛି ।
ଅନ୍ୟପଟେ ନୂଆ ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ଏକ ଫେୟାରୱେଲ ଡିନର ପାର୍ଟି ରଖିଥିବା ସୂଚନା ମିଳିଛି । ଏହା ଗୁରୁବାର ସନ୍ଧ୍ୟା ସାଢେ ୫ଟା ପରେ ଦିଲ୍ଲୀର ଅଶୋକା ହୋଟେଲରେ ଆୟୋଜିତ ହୋଇଛି । ଏହି ଡିନରରେ ପ୍ରଧାନମନ୍ତ୍ରୀ, ଉପରାଷ୍ଟ୍ରପତି, ଲୋକ ସଭା ସ୍ପିକରଙ୍କ ସମେତ ସମସ୍ତ ଲୋକ ସଭା, ରାଜ୍ୟ ସଭା ସଦସ୍ୟ ବି ଉପସ୍ଥିତ ରହିବେ । ବିଦାୟୀ ସମାରୋହରେ ଲୋକ ସଭା ସ୍ପିକର ବିଦାୟୀ ଭାଷଣ ଦେବେ ।

Share