ଇନ୍ଦୋର,୩୦।୩: ମଧ୍ୟ ପ୍ରଦେଶର ଇନ୍ଦୋରରେ ରାମ ନବମୀରେ ଏକ ବଡ ଦୁର୍ଘଟଣା ଘଟିଛି। ସ୍ନେହା ନଗର ନିକଟସ୍ଥ ଶ୍ରୀ ବେଲେଶ୍ୱର ମହାଦେବ ଜୁଲେଲାଲ ମନ୍ଦିର କୂଅ ଛାତ ଭୁଶୁଡି ପଡିଛି। ଫଳରେ ୨୫ରୁ ଅଧିକ ଭକ୍ତ କୂଅ ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ପ୍ରୟାସ କରାଯାଉଛି।
ସୂଚନାନୁସାରେ, ରାମନବମୀ ଯୋଗୁ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ଏକତ୍ରିତ ହୋଇଥିଲେ। ଦୁର୍ଘଟଣା ପରେ ମଧ୍ୟ ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ପହଞ୍ଚିପାରି ନ ଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ କିଛି ଭକ୍ତଙ୍କୁ କୌଣସି ପ୍ରକାରେ ବାହାରକୁ ନିଆଯାଇଥିଲା। ଏବେ ବି ସେଠାରେ ୨୫ରୁ ଅଧିକ ଲୋକ ସେଠାରେ ଫସି ରହିଛନ୍ତି।