Categories: ଜାତୀୟ

ରାମଲାଲାଙ୍କ ଆଗମନ ପରେ ସୋସିଆଲ ମିଡିଆରେ ଭାଇରାଲ ହେଲା ‘Ramoji’

ନୂଆଦିଲ୍ଲୀ,୨୩।୧: ଦୀର୍ଘ ୫୦୦ ବର୍ଷର ଅପେକ୍ଷା ପରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାମଲାଲା ମନ୍ଦିରର ଶୋଭା ବର୍ଦ୍ଧନ କରୁଛନ୍ତି। ଏହି ଅବସରରେ ସାରା ଦେଶରେ ଉତ୍ସବର ବାତାବରଣ ଦେଖିବାକୁ ମିଳୁଛି। ନିଜ ନିଜ ଢଙ୍ଗରେ ରାମଭକ୍ତମାନେ ନିଜର ଖୁସିବ୍ୟକ୍ତ କରୁଛନ୍ତି। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଇମୋଜି ଭାଇରାଲ ହେଉଛି, ଯାହାକୁ ସ୍ବତନ୍ତ୍ର ଭାବେ ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଇମୋଜିରେ ‘ରାମୋଜି’ ଲେଖାଯାଇଛି।

କହିରଖୁଛୁ, ଦେଶର ଲୋକପ୍ରିୟ ବାସ୍ତୁବିତ ଚନ୍ଦ୍ରକାନ୍ତ ବି ସୋମପୁରା ଅଯୋଧ୍ୟା ରାମ ମନ୍ଦିରର ଡିଜାଇନ୍‌ କରିଛନ୍ତି। ୫୭,୪୦୦ ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା ୩୬୦ ଫୁଟ ଏବଂ ଚଉଡ଼ା ୨୩୫ ରହିଛି। ରାମ ମନ୍ଦିରରେ ୧୨ଟି ସୁନାଖୋଦିତ କବାଟ ଲାଗିଛି। ଏହାଛଡ଼ା ଏହାର ପ୍ରାଙ୍ଗଣରେ ୭ ଅନ୍ୟ ମନ୍ଦିର ନିର୍ମାଣ କରାଯାଇଛି। ମନ୍ଦିରର ବାକିଥିବା କାର୍ଯ୍ୟ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ ବୋଲି ଅନୁମାନ କରାଯାଉଛି।

Share