ରାମୋଜି ରାଓଙ୍କ ପରଲୋକ

ହାଇଦ୍ରାବାଦ,୮।୬: ମିଡିଆ ଇଣ୍ଡଷ୍ଟ୍ରିର ଖୁବ୍‌ ଜଣାଶୁଣା ଇନାଡୁ ଏବଂ ରାମୋଜି ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜି ରାଓଙ୍କର ଶନିବାର ସକାଳେ ତେଲଙ୍ଗାନାର ହାଇଦ୍ରାବାଦରେ ଦେହାନ୍ତ ହୋଇଛି। ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଚିକିତ୍ସା ସମୟରେ ଖ୍ୟାତିସମ୍ପନ୍ନ ମିଡିଆ ଆଇକନ ଏବଂ ଫିଲ୍ମ ସମ୍ରାଟ ରାମୋଜି ରାଓଙ୍କର ଦେହାନ୍ତ ହୋଇଛି। ସେ ସକାଳ ପ୍ରାୟ ୩ଟା ୪୫ମିନିଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବଳେକୁ ତାଙ୍କୁ ୮୭ବର୍ଷ ବୟସ ହୋଇଥିଲା। ରାମୋଜିଙ୍କ ଦେହାନ୍ତ ଖବର ପାଇବା ପରେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ରାମୋଜି ରାଓଙ୍କ ଦେହାନ୍ତରେ ସମସ୍ତ ସେଲିବ୍ରିଟି ଏବଂ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି।

ରାମୋଜି ରାଓଙ୍କୁ ଉଚ୍ଚ ରକ୍ତଚାପ ଏବଂ ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବାରୁ ପରେ ହାଇଦ୍ରାବାଦର ଷ୍ଟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ରାମୋଜିଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ବେଳକୁ ବେଳେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ଶନିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।
ସୂଚନାଯୋଗ୍ୟ, ରାମୋଜି ରାଓ କିଛି ବର୍ଷ ପୂର୍ବେ ସଫଳତାର ସହ କୋଲୋନ କ୍ୟାନସର ସହିତ ଲଢିଥିଲେ। ରାମୋଜି ରାଓ ଦୀର୍ଘ ସମୟ ଧରି କ୍ରନିକ ରୋଗ ଏବଂ ବୟସ ସମ୍ବନ୍ଧୀୟ ସ୍ବାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!

ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା...

ଖୁବଶୀଘ୍ର ଭାରତ ଆସିବେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଖୁବଶୀଘ୍ର ଭାରତ ଗସ୍ତ କରିବେ। ପୁଟିନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଖବରକୁ ସୁନିଶ୍ଚିତ କରାଯାଇଛି। ଏହି ଗସ୍ତ ପାଇଁ...

ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି, ଅନ୍‌ଲାଇନରେ ଚାଲିବ କୋର୍ଟ

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ...

କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ

ନୂଆଦିଲ୍ଲୀ,୧୯।୧୧: ବର୍ତ୍ତମାନ ସୁଦ୍ଧା ଆପଣ ଅମଳ ବୃଦ୍ଧି, ପନିପରିବା ସତେଜ ରଖିବା, ଲାଉ, କଖାରୁ ଆଦି ଶୀଘ୍ର ବଢିବା ଏବଂ ଫଳ ପାଚିବା ପାଇଁ ରାସାୟନିକ...

‘ବନବାସ’ ରିଲିଜ୍‌ ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ବଲିଉଡ ଅଭିନେତା ଉତ୍କର୍ଷ

ପୁରୀ,୧୯।୧୧: ବଲିଉଡ ହିରୋ ଉତ୍କର୍ଷ ଶର୍ମା ମଙ୍ଗଳବାର ପୁରୀରେ ପହଞ୍ଚି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ସହ ଆଗାମୀ ଫିଲ୍ମ...

ଭାଜପା ନିକଟରେ ‘ବାଣ୍ଟିବା’ ଛଡା ଅନ୍ୟ ବିକଳ୍ପ ନାହିଁ: ମନୋଜ ଝା

ପାଟନା,୧୯।୧୧: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନକୁ ନେଇ ଆରଜେଡି ଏମପି ମନୋଜ ଝା ମଙ୍ଗଳବାର କହିଛନ୍ତି ଯେ ସେଠାରେ ଏକପାଖିଆ ବାତାବରଣ ରହିଛି। ଭାଜପା ସେଠାରେ...

ମହାରାଷ୍ଟ୍ର-ଝାଡ଼ଖଣ୍ଡ ବିଧାନସଭା ପାଇଁ କାଲି ଭୋଟିଂ, ବାହାରିଲେଣି ପୋଲିଂ ପାର୍ଟି

ନୂଆଦିଲ୍ଲୀ,୧୯।୧୧: ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ବ୍ୟତୀତ ଆସନ୍ତାକାଲି ଅର୍ଥାତ୍‌ ବୁଧବାର (୨୦ ନଭେମ୍ବର) ଉପ-ନିର୍ବାଚନ ପାଇଁ ଭୋଟ ମଧ୍ୟ ଅନୁଷ୍ଠିତ ହେବ। ପୋଲିଂ...

ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିରର ନିର୍ଦ୍ଦେଶ ଶୁଣି ଚିନ୍ତାରେ ୩୦୦ କର୍ମଚାରୀ

ତିରୁପତି,୧୯।୧୧: ବିଶ୍ୱର ସବୁଠାରୁ ଧନୀ ହିନ୍ଦୁ ମନ୍ଦିର ଏହାର ବୋର୍ଡରେ କାମ କରୁଥିବା ଅଣ ହିନ୍ଦୁ କର୍ମଚାରୀଙ୍କ ପାଇଁ ଏକ ନୂତନ ଆଦେଶ ଜାରି କରିଛି...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri