ନୂଆଦିଲ୍ଲୀ,୧୬।୯: ସମାଜବାଦୀ ପାର୍ଟି(ଏସ୍ପି)ର ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ଦଳର ବରିଷ୍ଠ ନେତା ଆଜମ ଖାନଙ୍କୁ ଭେଟିଛନ୍ତି। ଆଜମ ଖାନ ବର୍ତ୍ତମାନ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନିକଟରେ ଆଜମଙ୍କ ହୃଦ୍ଘାତ ହେବାରୁ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ତେବେ ତାଙ୍କୁ ଭେଟିବା ପାଇଁ ଅଖିଳେଶ ଶୁକ୍ରବାର ଲକ୍ଷ୍ନୌରୁ ଦିଲ୍ଲୀରେ ପହଞ୍ଚିଥିଲେ। ଆଜମଙ୍କୁ ଭେଟି ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ସେ ପଚାରି ବୁଝିଥିଲେ। ଏହି ସମୟରେ ଆଜମଙ୍କ ପୁଅ ଅବଦୁଲ୍ଲା ଆଜମ ଏବଂ ସ୍ତ୍ରୀ ତଞ୍ଜିମ ଫାତିମା ମଧ୍ୟ ଉପସ୍ଥିତ ଥିଲେ। ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଆଜମଙ୍କୁ ଗୁରୁବାର ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।