ବୁଡ଼ିଗଲା ରାମସେତୁ, ବକ୍ସ ଅଫିସରେ ବିଫଳ…

ମୁମ୍ବାଇ : ଚଳିତ ବର୍ଷ ଅକ୍ଷୟ କୁମାରଙ୍କଚ ସଫଳତା ମିଳିପାରି ନାହିଁ। ଚଳିତ ବର୍ଷ ଆସିଥିବା ତାଙ୍କର କୌଣସି ଚଳଚ୍ଚିତ୍ର ଆଶାଜନକ ଫଳାଫଳ ଦେଇ ନାହିଁ। ଦୀପାବଳି ଅବସରରେ ତାଙ୍କର ନିକଟରେ ରିଲିଜ ହୋଇଥିବା ରାମ ସେତୁ ବୁଡ଼ି ଯାଇଛି। ବକ୍ସ ଅଫିସରେ ଏହା ବିଫଳ ହୋଇଛି। ଦର୍ଶକମାନେ ଏହାକୁ ପସନ୍ଦ କରି ନାହାନ୍ତି। ଚଳଚ୍ଚିତ୍ର ପରଦାକୁ ଆସିବା ପରେ ଏହାର କଲେକଶନକ୍ରମାଗତ ଭାବେ ହ୍ରାସ ପାଉଛି।

୧୫୦ କୋଟିର ବିପୁଳ ବଜେଟରେ ଫିଲ୍ମ ପ୍ରସ୍ତୁତ ହୋଇଛି। ଏହି ଫିଲ୍ମର ପ୍ରଥମ ଦିନରେ ୧୫ କୋଟି କାରବାର ହୋଇଥିଲା। ଏହା ପରେ ଦ୍ୱିତୀୟ ଦିନରୁ ରାମ ସେତୁର ରୋଜଗାର ହ୍ରାସ ପାଇବାରେ ଲାଗିଲା। ତେବେ ଫିଲ୍ମର ଆୟ ବୃଦ୍ଧି ପାଇବ ବୋଲି ଅକ୍ଷୟ କୁମାର ଏବଂ ଚଳଚ୍ଚିତ୍ର ନିର୍ମାତାମାନେ ସମ୍ପୂର୍ଣ୍ଣ ଆଶା ରଖିଥିଲେ। ପାଞ୍ଚ ଦିନ ପରେ ରାମ ସେତୁ ୫୦ କୋଟି ମାର୍କ ଅତିକ୍ରମ କରିଛି।

ସୋମବାର,ରାମ ସେତୁ ୍ରଅଢ଼େଇରୁ ସାଢ଼େ ତିନି କୋଟି ଆୟ କରିଥିଲା। ଯାହା ଅତ୍ୟନ୍ତ ନିରାଶାଜନକ।

Share