Categories: ଜାତୀୟ

ରାମସେତୁକୁ ଐତିହାସିକ ସ୍ମାରକୀ ମାନ୍ୟତା ମାମଲା, ମାର୍ଚ୍ଚ ୯ରେ ଶୁଣାଣି…

ନୂଆଦିଲ୍ଲୀ, ୨୩।୨ : ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରି ସୁରକ୍ଷା ଦାବି ଉପରେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ମାର୍ଚ୍ଚ ୯ରେ ଏହି ମାମଲାର ଶୁଣାଣି କରିବାକୁ ପ୍ରଧାନ ବିଚାରପତି ନିଶ୍ଚିତ କରିଛନ୍ତି। ୟୁପିଏ ଶାସନ ସମୟରେ ସେତୁ ସାମୁଦ୍ରମ ପ୍ରକଳ୍ପ ଅଧୀନରେ ରାମ ସେତୁକୁ ଜାହାଜ ପାଇଁ ରାସ୍ତା ଭାଙ୍ଗିବାକୁ ପଡିବାକୁ ପଡ଼ିବ ବୋଲି କୁହାଯାଇଥିଲା। ପରେ ଏହି କାର୍ଯ୍ୟ ବନ୍ଦ ହୋଇ ଯାଇଥିଲା।

ରାମ ସେତୁକୁ ଜାତୀୟ ସ୍ମାରକୀ ଭାବରେ ଘୋଷଣା କରିବାକୁ ଚାହୁଁଥିବା ଏହି ଆବେଦନ ଦୀର୍ଘ ସମୟ ଧରି ବିଚାରାଧୀନ ଅଛି। ସ୍ବାମୀ ପ୍ରଧାନ ବିଚାରପତି ଏନ.ଭି. ରମନା, ଜଷ୍ଟିସ ଏ.ଏସ. ବୋପାନ୍ନା ଏବଂ ଜଷ୍ଟିସ ହିମା କୋହଲିଙ୍କ ଏକ ବେଞ୍ଚକୁ କହିଛନ୍ତି ଯେ ଗତ କିଛି ମାସ ହେବ ଏହି ଆବେଦନ ଶୁଣାଣି ହୋଇ ନଥିଲା ଏବଂ ଏହାକୁ କାର୍ଯ୍ୟ ସୂଚୀ ତାଲିକାରୁ ହଟାଯାଇ ନାହିଁ। ମାର୍ଚ୍ଚ ୯ ରେ ଏହାର ଶୁଣାଣି ହେବ ବୋଲି ବେଞ୍ଚ କହିଛନ୍ତି।

ସ୍ବାମୀ ଗତ ବର୍ଷ ମାର୍ଚ୍ଚ ୮ ରେ ଜରୁରୀ ଶୁଣାଣି ପାଇଁ ତାଙ୍କ ଆବେଦନ ଉପସ୍ଥାପନ କରିଥିଲେ। ଏହାପୂର୍ବରୁ ୨୩ ଜାନୁୟାରୀ ୨୦୨୦ରେ ହାଇକୋର୍ଟ କହିଥିଲେ ଯେ ତିନିମାସ ପରେ ସ୍ବାମୀଙ୍କ ଆବେଦନ ଉପରେ ବିଚାର କରାଯିବ।

୧୩ ନଭେମ୍ବର ୨୦୧୯ ରେ ସୁପ୍ରିମକୋର୍ଟ ରାମ ସେତୁ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କେନ୍ଦ୍ର ସରକାରଙ୍କୁ ଛଅ ସପ୍ତାହ ସମୟ ଦେଇଥିଲେ। କୋର୍ଟ କହିଥିଲେ ଯେ ଯଦି କେନ୍ଦ୍ର ସରକାର ଏହାର ଜବାବ ନ ଦିଅନ୍ତି ତେବେ ସ୍ବାମୀଙ୍କୁ କୋର୍ଟରେ ପହଞ୍ଚିବାର ସ୍ବାଧୀନତା ରହିଛି।

Share