ନିଜଠାରୁ ୨୪ ବର୍ଷ ବଡ଼ ଅଭିନେତାଙ୍କ ସହ ଲିପ୍‌ଲକ୍‌କୁ ନେଇ ଚର୍ଚ୍ଚାକୁ ଆସିଥିଲେ ବାହୁବଲୀ ଫେମ୍‌ ‘ରାମ୍ୟା: ଶାହାରୁଖ-ଅନିଲ କପୁରଙ୍କ ସହ ମଧ୍ୟ କରିଛନ୍ତି ରୋମାନ୍ସ

ବମ୍ବେ: ଚଳଚ୍ଚିତ୍ର ‘ବାହୁବଲୀ’ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିଲେ ଅଭିନେତ୍ରୀ ରାମ୍ୟା। ଏଥିରେ ଚରିତ୍ର ‘ଶିବଗାମୀ’ ତାଙ୍କୁ ଲୋକପ୍ରିୟତା ଆଣି ଦେଇଥିଲା। ତେବେ କେବଳ ଯେ ଦକ୍ଷିଣ ଭାରତୀୟ ସିନେମାରେ ରାମ୍ୟାଙ୍କ ଅଭିନୟ ଚାତୁରୀ ଦେଖିବାକୁ ମିଳିଛି ତାହା ନୁହେଁ, ବରଂ ଅନେକ ବଲିଉଡ ଚଳଚ୍ଚିତ୍ରରେ ସେ କାମ କରିଛନ୍ତି। ଏକଦା ସେ ନିଜଠାରୁ ୨୪ ବର୍ଷ ବଡ଼ ଅଭିନେତା ବିନୋଦ ଖାନ୍ନାଙ୍କ ସହ ଲିପ୍‌ଲକ୍‌ କରି ଚର୍ଚ୍ଚାର ପରିସରକୁ ଆସିଥିଲେ।

୧୯୯୩ରେ ରିଲିଜ ହୋଇଥିଲା ଫିଲ୍ମ ‘ପରମ୍ପରା’। ଏଥିରେ ବିନୋଦଙ୍କ ବିପକ୍ଷରେ ଅଭିନୟ କରିଥିଲେ ରାମ୍ୟା। ଫିଲ୍ମର ଏକ ଗୀତରେ ଉଭୟଙ୍କୁ ରୋମାଣ୍ଟିକ୍‌ ହୋଇଥିବା ଦେଖାଯାଇଥିଲା। ସେଥିରେ ଥିବା ଲିପ୍‌ଲକ୍‌ ଦୃଶ୍ୟ ଆଲୋଚନାର ବିଷୟ ପାଲଟିଥିଲା।

ରାମ୍ୟା ଅମିତାଭ ବଚ୍ଚନଙ୍କଠାରୁ ଆରମ୍ଭ କରି ଶାହାରୁଖ, ଅନିଲ କପୁର, ନାନା ପାଟେକରଙ୍କ ଭଳି ଦିଗ୍ଗଜ କଳାକାରଙ୍କ ସହ ପରଦାରେ ରୋମାନ୍ସ କରିଛନ୍ତି। ହେଲେ ବାସ୍ତବ ଜୀବନରେ ସେ ତେଲୁଗୁ ଫିଲ୍ମନିର୍ମାତା କୃଷ୍ଣା ବାମସୀଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ଏକ ପୁଅ ଅଛି।

Share