Advertisement

ବିବାହ ବନ୍ଧନରେ ବାନ୍ଧି ହେଲେ ବାହୁବଲୀ ଫେମ୍‌ ରାଣା ଦଗ୍ଗୁବତୀ

ବମ୍ବେ: ଦକ୍ଷିଣ ଭାରତୀୟ ସିନେ କଳାକାର ରାଣା ଦଗ୍ଗୁବତୀ ହାତକୁ ଦୁଇ ହାତ ହୋଇଛନ୍ତି। ପ୍ରେମିକା ମିହିକା ବଜାଜଙ୍କୁ ସେ ବିବାହ କରିଛନ୍ତି। ଉଭୟଙ୍କ ବିବାହ ପୂର୍ବର ସମସ୍ତ ଉତ୍ସବର ଫଟୋ ଭାଇରାଲ ହୋଇଥିଲା। ଏବେ ଖାସ୍‌ ଦିନର ଫଟୋ ଭାଇରାଲ ହେଉଛି। ଫଟୋରେ ଉଭୟଙ୍କ ଯୋଡ଼ି ସୁନ୍ଦର ଲାଗୁଛି। ଉତ୍ସବକୁ ସ୍ବତନ୍ତ୍ର କରିବା ଲାଗି ରାଣା ଧୋତି କୁର୍ତ୍ତା ପିନ୍ଧିଥିବା ବେଳେ ମିହିକା ଧଳା-ସୁନେଲୀ ରଙ୍ଗ ମିଶା ଲେହେଙ୍ଗା ପିନ୍ଧିଥିଲେ। ଏହା ସହ ଗହଣାଗୁଡ଼ିକ ମିହିକାଙ୍କୁ କମ୍ଲିମେଣ୍ଟ ଦେଉଥିଲା।
ସମ୍ପ୍ରତି କରୋନାକୁ ନେଇ ଲକ୍‌ଡାଉନ୍‌ ଥିବା ସତ୍ତ୍ୱେ ବିବାହ କରିବାକୁ ମନସ୍ଥ କରିଥିଲେ ରାଣା। ହଠାତ୍‌ ନିର୍ବନ୍ଧ ହୋଇଥିବା କହି ସେ ପ୍ରଶଂସକଙ୍କୁ ଚମକାଇ ଦେଇଥିଲେ। ଏହା ପରେ ବିବାହକୁ ନେଇ ସମସ୍ତ ପ୍ରସ୍ତୁତି ସରିଥିଲା। ମାତ୍ର ୩୦ଜଣଙ୍କୁ ନିମନ୍ତ୍ରଣ ଦିଆଯାଇଥିଲା। ଯୋଗଦେବାକୁ ଥିବା ସମସ୍ତ ଅତିଥିଙ୍କ କରୋନା ପରୀକ୍ଷା କରାଯାଇଥିଲା। ଦକ୍ଷିଣ ଭାରତୀୟ ସିନେମାର ଅନେକ ବଡ଼ କଳାକାର ଏଥିରେ ସାମିଲ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share