Categories: ଜାତୀୟ

ରାଣା କପୁରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୨୫।୧୧: ୟସ୍‌ ବ୍ୟାଙ୍କର ପୂର୍ବତନ ଏମଡି ତଥା ସିଇଓ ରାଣା କପୁରଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୪୬୬.୫୧ କୋଟି ଟଙ୍କା ଲଣ୍ଡରିଂ ମାମଲାରେ କପୁରଙ୍କୁ ୨୦୨୦ରେ ଇଡି ଗିରଫ କରିଥିଲା।
ୟସ୍‌ ବ୍ୟାଙ୍କ ସହିତ ଜଡିତ ମନି ଲଣ୍ଡରିଂ ମାମଲାର ଇଡି ଯାଞ୍ଚ କରୁଛି। ପୂର୍ବତନ ଏମଡି ଏବଂ ସିଇଓ ରାଣା କପୁର ତାଙ୍କ ପଦର ଅପବ୍ୟବହାର କରି ନିଜ ପରିବାରକୁ ଲାଭ ପହଞ୍ଚାଇବା ଭଳି କାର୍ଯ୍ୟ କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ସିବିଆଇ ମାର୍ଚ୍ଚ ୨୦୨୦ରେ ତାଙ୍କ ନାଁରେ ଠକେଇ ଏବଂ ଅପରାଧିକ ଷଡଯନ୍ତ୍ର ମାମଲା ରୁଜୁ କରିଥିଲା। ଏହି ଆଧାରରେ ଇଡି ତାଙ୍କ ବିରୋଧରେ ଅର୍ଥ ହେରଫେର ମାମଲା ମଧ୍ୟ ରୁଜୁ କରିଛି।

Share