ନୂଆଦିଲ୍ଲୀ,୨୨।୮: ୟେସ୍ ବ୍ୟାଙ୍କର ପ୍ରମୋଟର ରାଣା କପୁରଙ୍କ ବିରୋଧରେ ଋଣ ମାମଲା ନେଇ ବର୍ତ୍ତମାନ ତଦନ୍ତ ଚାଲିଛି। ରାଣାଙ୍କ ସ୍ତ୍ରୀ ବିନ୍ଦୁ କପୁର ତାଙ୍କ ୯ ମାସର ନାତି ଆଶିବ ଖାନ୍ନାଙ୍କୁ ୪୦ କୋଟି ଟଙ୍କାର ଏକ ପ୍ରପର୍ଟି ଉପହାର ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହି ପ୍ରପର୍ଟି ଦିଲ୍ଲୀର ଗୋରବାଗ ଏରିଆରେ ରହିଛି। ଚଳିତ ବର୍ଷ ୩୧ ଜୁଲାଇରେ ଏହି ପ୍ରପର୍ଟି ପଞ୍ଜୀକରଣ ହୋଇଥିଲା। ଏଥିଲାଗି ବିନ୍ଦୁ କପୁର ୩୬.୯୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ପ୍ରଦାନ କରିଛନ୍ତି। ଏହି ଗିଫ୍ଟ ଡିଡ୍ ଆଶିବ ଖାନ୍ନାଙ୍କ ମା’ ରାଧା କପୁର ଖାନ୍ନାରେ ପ୍ରସ୍ତୁତ ହୋଇଛି। ପ୍ଲଟ୍ର ଏରିଆ ୩୬୯ ବର୍ଗ ମିଟର ହୋଇଥିବା ବେଳେ ଏହାର ଗ୍ରାଉଣ୍ଡ ଫ୍ଲୋରରେ ୨ ବିଏଚ୍କେ ଫ୍ଲାଟ ରହିଛି। ଏଥିରେ ଲିଭିଂ ଏରିଆ ଏବଂ କାର ପାର୍କିଂ ପାଇଁ ମଧ୍ୟ ସ୍ଥାନ ରହିଛି।