ରିଲେଶନକୁ ନେଇ ସାଙ୍ଗମାନଙ୍କୁ ପରାମର୍ଶ ଦିଅନ୍ତି ରଣବୀର

ମୁମ୍ବାଇ,୧୬।୫:ବଲିଉଡରେ ନିଜ ରିଲେଶନସିପକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି ରଣବୀର କପୁର। ତେବେ ବହୁ ଅଭିନେତ୍ରୀଙ୍କ ସହ ନାଁ ଯୋଡି ତାଙ୍କୁ ପ୍ରଶ୍ନ କରାଯାଇଥାଏ। ତେବେ ରିଲେଶନକୁ ନେଇ ରଣବୀରଙ୍କୁ ପ୍ରଶ୍ନ କରାଯାଇଥିବା ବେଳେ ସେ ନିଜର ଏକ ବ୍ୟକ୍ତିଗତ କଥା ସେୟାରକରିଛନ୍ତି। ଯେଉଁଥିରେ ସେ କହିଛନ୍ତି ଯେ, ସେ ତାଙ୍କ ସାଙ୍ଗମାନଙ୍କୁ ରିଲେଶନକୁ ନେଇ ପରାମର୍ଶ ଦେଉଥିଲେ।

ରଣବୀରଙ୍କ ଫିଲ୍ମ ତୁ ଝୁଟି ମେଁ ମକ୍କାର ନିକଟରେ ହଲ୍‌ରେ ରିଲିଜ ହୋଇଥିଲା। ଯାହଳ ବକ୍ସ କ୍‌ଅଫିସ୍‌ରେ ଭଲ ପ୍ରଦର୍ଶନ କରିଥିଲା। ଏହି ଫିଲ୍ମର ଓଟିଟି ରିଲିଜ୍‌ ପ୍ରମୋଶନ ସମୟରେ ରଣବୀର ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଗଣମାଧ୍ୟମରେ ସେୟାର୍‌ କରିଥିଲେ। ଏହି ଫିଲ୍ମରେ ସେ ଲଭ୍‌ ରିଲେଶନ ଭାଙ୍ଗୁଥିବା ଚରିତ୍ରରେ ଅଭିନୟ କରିଥିଲେ। ଏହି ସମୟରେ ଯେତେବେଳେ ତାଙ୍କୁ ତାଙ୍କ ରିଅଲ ଲାଇଫ୍‌ ବିଷୟରେ ପଚରାଯାଇଥିଲା ସେ କହିଥିଲେ ଯେ, ରିୟଲ ଲାଇଫ୍‌ରେ ସେ କିପରି ତାଙ୍କ ବନ୍ଧୁଙ୍କୁ ସମ୍ପର୍କ ଭାଙ୍ଗିବାରେ ସାହାଯ୍ୟ କରିଥିଲେ।

ସାକ୍ଷାତକାରରେ ରଣବୀର ପହିଛନ୍ତି ଯେ, ସ୍କୁଲରେ ନିଜ ବନ୍ଧୁମାନଙ୍କୁ ପରାମର୍ଶ ଦେଉଥିଲି। କାହାକୁ ପ୍ରେମ କରୁ ନାହାନ୍ତି ତ ଠିକ୍‌ ଅଛି କିନ୍ତୁ ଯଦି ଆପଣ କାହାକୁ ଭଲ ପାଉଛନ୍ତି ତେବେ ଆପଣ ସଚ୍ଚୋଟ ହେବା ଆବଶ୍ୟକ। କିନ୍ତୁ ଏଥିପାଇଁ କୌଣସି ଯୋଜନା କରୁ ନ ଥିଲି। ସେ ଆହୁରି କହିଛନ୍ତି, ଯଦି ଆପଣ ପଚାରନ୍ତି ଫିଲ୍ମ ମିକି ପରି କିଛି କରିଛି, ଏହା ସମ୍ପୂର୍ଣ୍ଣ ଭୂଲ।

ଏହାପୂର୍ବରୁ ରଣବୀର, କରୀନା କପୁର ଖାନଙ୍କ ଚାଟ ସୋରେ ଏକ ସାକ୍ଷାତକାର କରିଥିଲେ। ଯେଉଁଠାରେ କରୀନା ତାଙ୍କୁ ପଚାରିଥିଲେ ଯେ, ସେ ରିଲେଶନସିପରେ କାହାକୁ କେବେ ପ୍ରତାରଣା କରିଛନ୍ତି କି? ଯାହାର ଉତ୍ତରରେ ରଣବୀର କହିଥିଲେ ଯେ, ମୁଁ ଏହା କରିସାରିଛି। କିନ୍ତୁ ବୟସ ବଢିବା ସହ ଅନୁଭବ ହୁଏ କି ନିଜ ପାର୍ଟନରଙ୍କ ସହ ସଚ୍ଚୋଟ ଓ ଖୋଲାଖୋଲି ମିଶିବା ଦ୍ୱାରା ସମ୍ପର୍କ ଗଭୀର ଏବଂ ସାର୍ଥକ ହୋଇଥାଏ।

 

Share