‘ବ୍ରହ୍ମାସ୍ତ୍ର’ ଫିଲ୍ମ ପାଇଁ ରଣବୀର-ଆଲିଆ ନେଇଛନ୍ତି ଏତିକି ଫିସ୍‌

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ଏବେ ଚର୍ଚ୍ଚାରେ ଅଛି। ଏହି ଫିଲ୍ମ ୯ ସେପ୍ଟେମ୍ବରରେ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି। ବ୍ରହ୍ମାସ୍ତ୍ରରେ ପ୍ରଥମ ଥର ପାଇଁ ରିଅଲ ଲାଇଫ ଦମ୍ପତି ଆଲିଆ ଏବଂ ରଣବୀର ଏକାଠି ସ୍କ୍ରିନ ଶେୟାର କରିବେ। ବ୍ରହ୍ମାସ୍ତ୍ର ହେଉଛି ଆୟାନ ମୁଖାର୍ଜୀଙ୍କ ସ୍ବପ୍ନର ପ୍ରୋଜେକ୍ଟ। ଏହାକୁ ତିଆରି କରିବାକୁ ପ୍ରାୟ ୪ ବର୍ଷ ସମୟ ଲାଗିଛି। ବ୍ରହ୍ମାସ୍ତ୍ର ଭାଗ-୧ ଆଜି ପର୍ଯ୍ୟନ୍ତ ସବୁଠାରୁ ମହଙ୍ଗା ବଲିଉଡ ଫିଲ୍ମ ଅଟେ। ଫିଲ୍ମର ବଜେଟ ୪୦୦ କୋଟି ଟଙ୍କା। ଏଥିରେ ଫିଲ୍ମର ପ୍ରମୋସନ ପାଇଁ ବଜେଟ ଅନ୍ତର୍ଭୂକ୍ତ କରାଯାଇ ନାହିଁ। ଏହି ଫିଲ୍ମରେ ଅଭିନୟ ମୋଟି ଷ୍ଟାରକାଷ୍ଟମାନେ ମୋଟାଅଙ୍କର ଅର୍ଥ ନେଇଛନ୍ତି। ଜାଣନ୍ତୁ କିଏ କେତେ ଟଙ୍କା ନେଇଛନ୍ତି…
ରଣବୀର କପୁର
‘ବ୍ରାହ୍ମାସ୍ତ୍ର’ ଫିଲ୍ମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ରଣବୀର କପୁର ୨୦ ରୁ ୨୫ କୋଟି ଟଙ୍କା ନେଇଛନ୍ତି। ଏହି ଫିଲ୍ମରେରେ ରଣବୀର କପୁରଙ୍କୁ ଏକ ଭିନ୍ନ ଶୈଳୀରେ ଦେଖିବାକୁ ମିଳିବ।

ଆଲିଆ ଭଟ୍ଟ
ଏହି ଫିଲ୍ମ ପାଇଁ ଆଲିଆ ଭଟ୍ଟ ୧୦ ରୁ ୧୨ କୋଟି ଟଙ୍କା ନେଇଛନ୍ତି। ଆଲିଆ ପ୍ରଥମ ଥର ପାଇଁ ଆୟାନ ଏବଂ ରଣବୀରଙ୍କ ସହ କାମ କରୁଛନ୍ତି ।

ଅମିତାଭ ବଚ୍ଚନ
‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ଗୁରୁ ଭୂମିକାରେ ଅଭିନୟ କରୁଥିବା ଅମିତାଭ ବଚ୍ଚନ ତାଙ୍କ ଚରିତ୍ର ପାଇଁ ୮-୧୦ କୋଟି ଟଙ୍କା ନେଇଛନ୍ତି। ଏହି ଫିଲ୍ମରେ ଅମିତାଭ ବଚ୍ଚନ ରଣବୀରଙ୍କ ଗାଇଡ ଭାବରେ ନଜର ଆସିବେ।

ନାଗାର୍ଜୁନ
ଏହି ଫିଲ୍ମରେ ତାଙ୍କ ଭୂମିକା ପାଇଁ ଦକ୍ଷିଣର ସୁପରଷ୍ଟାର ନାଗାର୍ଜୁନ ୯-୧୧ କୋଟି ଟଙ୍କା ନେଇଛନ୍ତି।

ମୌନି ରାୟ
ଏହି ଫିଲ୍ମରେ ଭିଲେନ ଭୂମିକାରେ ଅଭିନୟ କରିଥିବା ମୌନି ରାୟ ୩ କୋଟି ଟଙ୍କା ନେଇଛନ୍ତି।

ଡିମ୍ପଲ କାପାଡିଆ
ଏହି ଫିଲ୍ମରେ ବଲିଉଡର ଦକ୍ଷ ଅଭିନେତ୍ରୀ ଡିମ୍ପଲ ତାଙ୍କ ଚରିତ୍ର ପାଇଁ ୮୫ ଲକ୍ଷ ଚାର୍ଜ କରିଛନ୍ତି।

ପ୍ରତୀକ ବାବର
ପ୍ରତୀକ ବାବର ଏହି ଚଳଚ୍ଚିତ୍ରରେ ରାଜା ସିଂ ଭୂମିକାରେ ଅଭିନୟ କରୁଛନ୍ତି ଏବଂ ଏହି ଭୂମିକା ପାଇଁ ସେ ୧ କୋଟି ଟଙ୍କା ନେଇଛନ୍ତି।

Share