୧୪ରେ ପଡିବନି ହାତଗଣ୍ଠି

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହେଁ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ଏହି ବିବାହକୁ ନେଇ ଏକ ଅପଡେଟ ସାମ୍ନାକୁ ଆସିଛି ଯେ, ଆଲିଆ-ରଣବୀର ସେମାନଙ୍କ ବିବାହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ସୁରକ୍ଷା ଦୃଷ୍ଟିରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ସେମାନଙ୍କ ବିବାହ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆଲିଆଙ୍କ ଭାଇ ରାହୁଲ ଭଟ୍ଟ କହିଛନ୍ତି। ସେ କହିଛନ୍ତି, ଆଲିଆ ଏପ୍ରିଲ ୧୩ କିମ୍ବା ୧୪ରେ ବିବାହ କରୁନାହାନ୍ତି। ବିବାହ ସମ୍ବନ୍ଧୀୟ ସୂଚନା ଲିକ୍‌ ହେତୁ ଉଭୟ ବିବାହ ତାରିଖ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଦୁହେଁ ଏପ୍ରିଲ ୧୪ରେ ବିବାହ କରିଥାନ୍ତେ ବୋଲି ରାହୁଲ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି, ଆଲିଆ-ରଣବୀର ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ତେବେ ଆସନ୍ତା ସପ୍ତାହରେ ବିବାହ ହୋଇପାରେ ବୋଲି ରାହୁଲ ଇସାରା ଦେଇଛନ୍ତି।

Share