ରଣବୀର-ଆଲିଆଙ୍କ ନିର୍ବନ୍ଧ ଡେଟ୍‌ ଫାଇନାଲ୍‌

ବଲିଉଡ୍‌ରେ ଏବେ ବିବାହ ଋତୁ ଚାଲିଛି। ଅଭିନେତା ରାଜକୁମାର ରାଓ ଏବଂ ପତ୍ରଲେଖାଙ୍କୁ ବିବାହ ଆଜି ଅନୁଷ୍ଠିତ ହେଉଥିବାବେଳେ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ଆସନ୍ତା ଡିସେମ୍ବରରେ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଇଣ୍ଡଣ୍ଟ୍ରିର ଲଭ୍‌ବାର୍ଡ କୁହାଯାଉଥିବା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ମଧ୍ୟ ବିବାହ ଖୁବଶୀଘ୍ର ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ନଭେମ୍ବର ୨୯ରେ ଉଭୟଙ୍କ ନିର୍ବନ୍ଧ ହେବ ବୋଲି କୁହାଯାଉଛି। ପରିବାର ଏବଂ କିଛି ଖାସ୍‌ ବନ୍ଧୁଙ୍କ ଉପସ୍ଥିତି ଉଭୟ ପରସ୍ପରକୁ ମୁଦି ପିନ୍ଧାଇବାର କାର୍ଯ୍ୟକ୍ରମ ରହିଛି। ରାଜସ୍ଥାନର ଏକ ପ୍ୟାଲେସରେ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଥିଲେ ଯଦି କରୋନା ହୋଇ ନ ଥିାନ୍ତା ତେବେ ଆଲିଆ ଏବଂ ମୁଁ କେବେ ଠାରୁ ବିବାହ କରିସାରିଥାନ୍ତୁ।
ରଣବୀର-ଆଲିଆ ପାଖାପାଖି ୪ ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ବିଭିନ୍ନ ପାର୍ଟିରେ ଉଭୟଙ୍କୁ ମଧ୍ୟ ଦେଖିବାକୁ ମିଳେ। ଏପରିକି ରଣବୀରଙ୍କ ଘରେ କୌଣସି ପାର୍ଟିରେ ଆଲିଆ ଉପସ୍ଥିତ ଥାନ୍ତି।

Share