ବିଶ୍ୱାସ କରିପାରୁନାହାନ୍ତି ରଣବୀର

ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍‌ ସୁଚାରୂ ରୂପେ ତୁଲାଉଛନ୍ତି। ନିକଟରେ ଏପରି ଏକ ଘଟଣା ଘଟିଛି, ଯାହାକୁ ସେ ସହଜରେ ବିଶ୍ୱାସ କରିପାରୁନାହାନ୍ତି। ଅସଲ କଥା ହେଲା ଦକ୍ଷିଣ ଭାରତୀୟ ସିନେମାର ନାମୀ ନିର୍ଦ୍ଦେଶକ ଶଙ୍କରଙ୍କ ସହ କିଏ ବା କାମ ନ କରିବାକୁ ଚାହେଁ। ଯେତେବେଳେ ତାଙ୍କ ଫିଲ୍ମରେ ଆକ୍ଟିଂ କରିବାକୁ ରଣବୀରଙ୍କୁ ଯୋଗାଯୋଗ କରାଗଲା, ତାହାକୁ ସେ ସହଜରେ ବିଶ୍ୱାସ କରିପାରି ନ ଥିଲେ। ଏ ନେଇ ରଣବୀର କହନ୍ତି, ‘ଶଙ୍କରଙ୍କ ପରି ନାମୀ ନିର୍ଦ୍ଦେଶକଙ୍କ ସହ କାମ କରିବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ଯେତେବେଳେ ମୋତେ ଏହି ଅଫର ମିଳିଲା ସେତେବେଳେ ଏହାକୁ ମୁଁ ସହଜରେ ବିଶ୍ୱାସ କରିପାରି ନ ଥିଲି। କାରଣ ତାଙ୍କ ପରି ନିର୍ଦ୍ଦେଶକଙ୍କଠାରୁ ଅଭିନୟ ବିଷୟରେ ଅନେକ କିଛି ଶିଖିବାର ଅଛି। ତେଣୁ ଏପରି ସୁଯୋଗକୁ ମୁଁ କଦାପି ହାତଛଡା କରିବାକୁ ଚାହୁଁ ନ ଥିଲି। ଅଫରଟି ପାଇବା ପରେ ମୁଁ ଏତେ ଖୁସି ହୋଇଯାଇଥିଲି ଯେ ସାଙ୍ଗେ ସାଙ୍ଗେ ହଁ ଭରିଥିଲି।’ ଫିଲ୍ମଟିର ଟାଇଟଲ ରହିଛି ‘ଅପରିଚିତ’। ତାମିଲ ସିନେମା ‘ଆନ୍ନିୟାନ’ରୁ ଏହା ରିମେକ୍‌ ହେବ।

Share