ଫିଟ୍‌ନେସ୍‌ ପାଇଁ ସ୍ତ୍ରୀଙ୍କୁ ଶ୍ରେୟ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର ଫିଲ୍ମ ବ୍ୟତୀତ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ଏକ ସାକ୍ଷାତକାରରେ ସେ ତାଙ୍କ ଫିଟ୍‌ନେସ୍‌ର ରାଜ୍‌ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି, ଟ୍ୟାନିଂରୁ ରକ୍ଷା ପାଇବା ପାଇଁ ମୁଁ ମୁହଁକୁ ବରଫ ପାଣିରେ ବୁଡ଼ାଇ ରଖେ। ସେ ଆହୁରି ମଧ୍ୟ କହିଛନ୍ତି, ଅଭିନେତ୍ରୀ ସ୍ତ୍ରୀ ଆଲିଆ ଭଟ୍ଟ ତାଙ୍କ ଫିଟନେସ୍‌ର ବେଶ୍‌ ଯତ୍ନ ନିଅନ୍ତି। ଆଲିଆ ମୋତେ ଯୋଗ କରିବା ପାଇଁ ବହୁତ ଉତ୍ସାହିତ କରୁଛନ୍ତି ବୋଲି ରଣବୀର କହିଛନ୍ତି।

ରଣବୀରଙ୍କୁ ଶେଷଥର ପାଇଁ ‘ତୁ ଝୁଠି ମୈ ମକ୍କାର’ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ସେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ସହ ପ୍ରଥମ ଥର ପରଦାରେ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ଏହି ଫିଲ୍ମଟି ମାର୍ଚ୍ଚ ୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। ରଣବୀର ଏବଂ ଶ୍ରଦ୍ଧାଙ୍କ ଅଭିନୀତ ଚଳଚ୍ଚିତ୍ର ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଥିଲା।

Share