ଘର ଛାଡି ଆସିବାକୁ ଚାହୁଁନାହାନ୍ତି ରଣବୀର

ବଲିଉଡ ଅଭିନେତା ରଣବୀର କପୁର ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ତୁ ଝୁଠି ମେଁ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ନିକଟରେ ରଣବୀର କୋଲକାତାରେ ଫିଲ୍ମର ପ୍ରମୋସନାଲ ଇଭେଣ୍ଟରେ ପହଞ୍ଚିଥିଲେ। ଏହି ସମୟରେ ଅଭିନେତା ତାଙ୍କ କୁନି ଝିଅ ରାହା ବିଷୟରେ କହିଥିଲେ। କାର୍ଯ୍ୟ ପ୍ରତିଶ୍ରୁତି ହେତୁ ସେ ରାହାଙ୍କଠାରୁ ଦୂରେଇ ଯାଆନ୍ତି ସତ, ମାତ୍ର ସେ ସବୁବେଳେ ତାଙ୍କୁ ମିସ୍‌ କରନ୍ତି। ଘର ଛାଡିବାକୁ ଆସିବାକୁ ଆଦୌ ଚାହାନ୍ତି ନାହିଁ। ରାହାଙ୍କୁ ଦେଖିବା ମାତ୍ରେ ତାଙ୍କ ଶରୀର ସତେଜ ହୋଇଯାଏ। ରାହା ଗତ ଦୁଇ ସପ୍ତାହ ମଧ୍ୟରେ ହସିବା ଆରମ୍ଭ କରି ଦେଇଛି ଏବଂ ସେହି ହସ ଦେଖି ମୁଁ ଆତ୍ମବିଭୋର ହୋଇଉଠିଛି।
ରଣବୀର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ୨୦୨୨ ଏପ୍ରିଲରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲା। ନଭେମ୍ବରେ ଆଲିଆ ରାହାଙ୍କୁ ଜନ୍ମ ଦେଇଥିଲେ।

Share