ଏହି କଥାକୁ ନେଇ ଶାଳୀଙ୍କ ସହ ଝଗଡା କରନ୍ତି ରଣବୀର

ବଲିଉଡର ପାଓ୍ବାରଫୁଲ ଦମ୍ପତି ଭାବେ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଜଣାଶୁଣା। ଦୁହେଁ ପରସ୍ପରର ଯତ୍ନ ନିଅନ୍ତି। ଏଥି ସହିତ, ପରସ୍ପରର ପରିବାରକୁ ମଧ୍ୟ ବହୁତ ସମ୍ମାନ ଦିଅନ୍ତି। ରଣବୀରଙ୍କ ସହ ଦୀପିକାଙ୍କ ଭଉଣୀ ଅନିଶାଙ୍କ ଭଲ ସମ୍ପର୍କ ଅଛି। କିନ୍ତୁ କିଛି କଥା ପାଇଁ ଉଭୟ ବେଳେବେଳେ ଝଗଡା କରନ୍ତି।
ନିକଟରେ ଏକ ସାକ୍ଷାତକାରରେ ରଣଭୀର ପ୍ରକାଶ କରିଛନ୍ତି, ସେ ପ୍ରାୟତଃ ଦୀପିକାଙ୍କ ଭଉଣୀ ଅନିଶାଙ୍କ ସହ ଫୁଟବଲ କ୍ଲବ୍‌କୁ ନେଇ ଯୁକ୍ତିତର୍କ କରନ୍ତି। ରଣବୀର ଆର୍ସେନାଲର ଜଣେ ପ୍ରଶଂସକ ହୋଇଥିବାବେଳେ ଅନିଶା ମଞ୍ଚେଷ୍ଟର ୟୁନାଇଟେଡକୁ ସମର୍ଥନ କରନ୍ତି। ଯେତେବେଳେ ଉଭୟ ଦଳ ମୁହାଁମୁହିଁ ହୁଅନ୍ତି, ସେତେବେଳେ ଘରର ପରିବେଶ ଗରମ ହୋଇଯାଏ। ଏହି ସମୟରେ ଉଭୟଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥାଏ। ଅନିଶା ଜଣେ ପେସାଦାର ଗଲ୍ଫ ଖେଳାଳି। ତାଙ୍କ ପିତା ପ୍ରକାଶ ପାଦୁକୋନ ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି।
ରଣବୀର ଖୁବ ଶୀଘ୍ର ରୋହିତ ଶେଟ୍ଟୀଙ୍କ ‘ସର୍କସ’ରେ ନଜର ଆସିବେ। ଏହି ଫିଲ୍ମରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ ପୂଜା ହେଗଡେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ଫିଲ୍ମରେ ବରୁଣ ଶର୍ମା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ବ୍ୟତୀତ ରଣବୀର ସିଂ କରଣ ଜୋହରଙ୍କ ‘ରକି ଔର ରାନୀ କି ପ୍ରେମ କାହାନି’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମରେ ସେ ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମିଙ୍କ ସହ ସ୍କ୍ରିନ ଶେୟାର କରିବେ। ଏହି ଫିଲ୍ମ ଏପ୍ରିଲ ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share