ଜିମ୍‌ରେ ଝାଳ ବୁହାଉଛନ୍ତି ରଣବୀର

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସହ ଷ୍ଟାଇଲିଷ୍ଟ ଲୁକ୍‌କୁ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି। ସୋସିଆଲ ମିଡିଆରେ କିଛି ନା କିଛି କାରଣକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେହିପରି ତାଙ୍କର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
ରଣବୀର ତାଙ୍କର ପ୍ରତିଟି ଫିଲ୍ମରେ ଭିନ୍ନ ଲୁକ୍‌ରେ ନଜର ଆସନ୍ତି। ପ୍ରତିଟି ଚରିତ୍ର ପାଇଁ ସେ ବହୁତ ପରିଶ୍ରମ ମଧ୍ୟ କରନ୍ତି। ଭାଇରାଲ ହେଉଥିବା ଫଟୋରେ ସେଭଳି କିଛି ନଜର ଆସୁଛି। ଅଭିନେତା ଜିମ୍‌ରେ ଝାଳବୁହା ପରିଶ୍ରମ କରୁଛନ୍ତି । ଫଟୋରେ ସେ ଜବରଦସ୍ତ ଲାଗୁଛନ୍ତି । ତାଙ୍କର ଏହି ଲୁକକୁ ଫ୍ୟାନ୍ସ ବେଶ ପସନ୍ଦ କରିବା ସହିତ, ଭଳିକି ଭଳି ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହାଛଡ଼ା ଅନେକ କଳାକାର ମଧ୍ୟ ତାଙ୍କର ଏହି ଲୁକ୍‌କୁ ପସନ୍ଦ କରୁଥିବା ଦେଖାଯାଇଛି।

Share