ଷ୍ଟାଡିୟମରେ ରଣବୀର-ଆଲିଆ

ବି-ଟାଉନର ପାଓ୍ବାରଫୁଲ୍‌ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କୁ ଏବେ ଫୁଟବଲ ଫିବର୍‌ ଘାରିଛି। ଇଣ୍ଡିଆନ ସୁପର ଲିଗ ଅଫ ଇଣ୍ଡିଆର ଏକ ମ୍ୟାଚ୍‌ ମୁମ୍ବାଇ ଏଫ୍ସି ବନାମ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା। ରଣବୀର-ଆଲିଆ ମୁମ୍ବାଇ ଏଫସିର ମନୋବଳ ବଢାଇବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ।
ରଣବୀର ଫୁଟବଲକୁ ବହୁତ ଭଲ ପାଆନ୍ତି। ଆଇଏସଏଲ ଆରମ୍ଭ ସମୟରେ ରଣବୀର ମୁମ୍ବାଇ ଫୁଟବଲ ଦଳ କିଣିଥିଲେ। ସେ ତାଙ୍କ ଫୁଟବଲ ଦଳକୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ। ରଣବୀରଙ୍କ ସହ ଆଲିଆ ମଧ୍ୟ ଉପସ୍ଥିତ ଥିଲେ। ମୁମ୍ବାଇ ଏଫସିର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲ ଉଭୟଙ୍କ ଫଟୋ ଶେୟାର କରାଯାଇଛି। ରଣବୀର ମୁମ୍ବାଇ ଏଫସିର ଜ୍ୟାକେଟ, କ୍ୟାପ, ବ୍ଲୁ ଜିନ୍ସ ଏବଂ ଧଳା ସ୍ନେକର୍‌ ପିନ୍ଧିଛନ୍ତି। ଅନ୍ୟପକ୍ଷରେ, ଆଲିଆ ମଧ୍ୟ କଳା ଜ୍ୟାକେଟ୍‌, ଜିନ୍ସ ଏବଂ ଧଳା ସ୍ନେକର୍‌ ପିନ୍ଧିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରଣବୀରଙ୍କ ଦଳ ଜିତିଛି। ମୁମ୍ବାଇ ଦଳ କେରଳ ଦଳକୁ ୪-୦ ବ୍ୟବଧାନରେ ପରାସ୍ତ କରିଛି।

Share