ଫିଲ୍ମ ‘ସାଥିଆ’ର ରିମେକ୍‌ କରିବେ ରଣବୀର-ଆଲିଆ!

ଅଭିନେତା ବିବେକ୍‌ ଓବରୋଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ୨୦ବର୍ଷ ପୂରଣ କରିସାରିଛନ୍ତି। ନିକଟରେ ବିବେକ୍‌ ଏକ ସାକ୍ଷାତକାରରେ ତାଙ୍କର ସ୍ମରଣୀୟ ଫିଲ୍ମ ଏବଂ ସେ କେବେଠୁ ଫିଲ୍ମ କ୍ୟାରିୟରରେ ଯାତ୍ରା ଆରମ୍ଭ କରିଥିଲେ ତାହା ପ୍ରକାଶ କରିଥିଲେ। ତାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା କି, ତାଙ୍କର ହିଟ୍‌ ଫିଲ୍ମ ସାଥିଆର ରିମେକ୍‌ରେ ସେ କାହାକୁ ଦେଖିବାକୁ ଚାହୁଁଛନ୍ତି। ଏହାର ଉତ୍ତରରେ ସେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ନାମ ପ୍ରକାଶ କରିଥିଲେ। ଏହି ଫିଲ୍ମରେ ବିବେକ୍‌ ଏବଂ ରାନୀ ମୁଖାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଅଭିନେତା ରଣବୀର ଏବଂ ଆଲିଆ ବେଶ୍‌ କିଛି ଦିନ ହେବ ତାଙ୍କ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚାରି ବର୍ଷ ଧରି ଡେଟିଂ କରୁଥିବା ଏହି ଯୋଡି ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହକୁ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବା ଶୁଣିବାକୁ ମିଳୁଛି। ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଛି। ତେବେ ବିବାହ ରୀତିନୀତି ଏପ୍ରିଲ ୧୩ରୁ ଆରମ୍ଭ ହେବ ବୋଲି କୁହାଯାଉଛି।

 

Share