ଏହି ଦିନ ହାତକୁ ଦି’ ହାତ ହେବେ ରଣବୀର-ଆଲିଆ!

ବଲିଉଡ୍‌ ଅଭିନେତ୍ରୀ ରଣବୀର କପୁର ଏବଂ ଆଲିଆ ଭଟ୍ଟ କେବେ ବିବାହ କରିବେ ସେନେଇ ଦୀର୍ଘ ଦିନ ହେବ ତାଙ୍କ ପ୍ରଶଂସକ ମନରେ ପ୍ରଶ୍ନ ରହିଆସିଛି। ଚର୍ଚ୍ଚା ହେଉଛି ଉଭୟ ଏପ୍ରିଲ ୧୭ରେ ବିବାହ କରିବେ। ଆଲିଆଙ୍କ ଅଜା ଏନ ରାଜଦାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ସେ ଆଲିଆ ଏବଂ ରଣବୀରଙ୍କ ବିବାହ ଦେଖିବାକୁ ଚାହୁଁଛନ୍ତି ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏହି କାରଣରୁ ବିବାହ ଶୀଘ୍ର ଶେଷ ହେବ ବୋଲି କୁହାଯାଉଛି। ଏହି ବିବାହ ସମାରୋହ ଅତ୍ୟନ୍ତ ବ୍ୟକ୍ତିଗତ ହେବ ଏବଂ ଏଥିରେ ବହୁତ କମ ଲୋକ ନିମନ୍ତ୍ରିତ ହେବେ।
ରଣବୀର ଓ ଆଲିଆଙ୍କ ବିବାହକୁ ନେଇ ବେଶ କିଛି ଦିନରୁ ଚର୍ଚ୍ଚା ହେଉଥିଲା। ଉଭୟ ଉଦୟପୁରରେ ଡେଷ୍ଟିନେସନ ମ୍ୟାରେଜ କରିଥାନ୍ତେ। ହେଲେ ଉଦୟପୁର ବଦଳରେ ମୁମ୍ବାଇରେ ହିଁ ଉଭୟଙ୍କ ବିବାହ ହେବ। କପୁରଙ୍କ ଆର୍‌କେ ହାଉସ୍‌ରେ ହିଁ ଏହି ଗ୍ରାଣ୍ଡ ସେଲିବ୍ରେସନ ହେବ। ଏଥିପାଇଁ ଜୋରସୋର୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। କପୁର ଓ ଭଟ୍ଟ ପରିବାର ଏକାଠି ବିଭିନ୍ନ ସପିଂ କରୁଥିବା ଦେଖିବାକୁ ମିଳିଛି। ତା’ସହ ଆର୍‌କେ ହାଉସ୍‌ରେ ବି ହଲଚଲ ବଢ଼ି ଯାଇଛି।
ରଣବୀର ଏବଂ ଆଲିଆ ଖୁବ ଶୀଘ୍ର ବ୍ରହ୍ମାସ୍ତ୍ର ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଏହି ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏହି ଫିଲ୍ମ ସେପ୍ଟେମ୍ବର ୯ରେ ମୁକ୍ତିଲାଭ କରିବ।

Share