ସୁଇଜରଲ୍ୟାଣ୍ଡରେ ହନିମୁନ

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । କିଛିବର୍ଷ ହେବ ଏମାନେ ବିବାହ କରିବା କଥା ଆଲୋଚନା ହେଉଥିବା ବେଳେ ଚଳିତ ବର୍ଷ ଏପ୍ରିଲରେ କୁଆଡେ ଏମାନେ ବିବାହ କରିବେ । ଏବେ ଏମାନଙ୍କ ବିବାହକୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ଖବର ଶୁଣିବାକୁ ମିଳୁଛି । ଏମାନଙ୍କର ବିବାହ ପଞ୍ଜାବୀ ରିତିନୀତି ଅନୁଯାୟୀ ୧୩ ଓ ୧୪ ଏପ୍ରିଲରେ କରାଯିବ ବୋଲି କୁହାଯାଉଛି । ହେଲେ ଅଫିସିୟାରି ଏମାନଙ୍କ ମେହେନ୍ଦି, ହଲଦି, ବିବାହ ଆଦିର କୌଣସି ଖବର ସାମ୍ନାକୁ ଆସିନାହିଁ । ତେବେ ବିବାହ ଫଙ୍କସନ ୩-୪ ଦିନ ଚାଲିବ ବୋଲି ଜଣାପଡିଛି । ୧୭ ଏପ୍ରିଲରେ ଏମାନେ ସାତ ଜନ୍ମର ସାଥି ପାଲଟିଯିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ନବଦମ୍ପତି ହନିମୁନ ପାଇଁ ସୁଇଜରଲ୍ୟାଣ୍ଡ ଯିବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି କୁଆଡେ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ନିକଟରେ ଖବର ଆସିଥିଲା କି ନିର୍ଦ୍ଦେଶକ କରନ ଜୋହର ତାଙ୍କ ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାଣୀ’ର ଶୁଟିଂ ସିଡ୍ୟୁଲ ସୁଇଜରଲ୍ୟାଣ୍ଡରେ ହେବ । ଏଥିରେ ଆଲିଆଙ୍କ ସହ ରଣବୀର ସିଂ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

Share