ରାଗିଲେ ଭଂସାଲି!

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଂଜୟ ଲିଲା ଭଂସାଲୀଙ୍କ ଫିଲ୍ମ ‘ବୈଜୁ ବାୱରା’ ଆସିବା ପୂର୍ବରୁ ଖୁବ୍ ଚର୍ଚ୍ଚାରେ । ଏହାର କାରଣ ହେଉଛି ଷ୍ଟାରକାଷ୍ଟ । ଭଂସାଲି ଏହି ଫିଲ୍ମରେ ଦୀପିକା ପାଦୁକୋନ ଓ ରଣବୀର କପୁରଙ୍କୁ ନେବାକୁ ଚାହୁଁଥିଲେ । ତେଣୁ ଏହି ପୁରୁଣା ପ୍ରେମୀ ଯୁଗଳଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ଦର୍ଶକେ ଅପେକ୍ଷା ରଖିଥିଲେ । ହେଲେ ଏମାନେ ଏବେ ଏତେ ବିଜି ସେ ଭଂସାଲିଙ୍କୁ ସମୟ ଦେବା କଷ୍ଟକର ହୋଇ ପଡିଲା । ସେଥିପାଇଁ ବୋଧହୁଏ ଭଂସାଲି ରାଗି ଯାଇ ଏମାନଙ୍କ ସ୍ଥାନରେ ଆଲିଆ ଭଟ୍ଟ ଓ ରଣବୀର ସିଂଙ୍କୁ ‘ବୈଜୁ ବାୱରା’ରେ କାଷ୍ଟ କରିବେ ବୋଲି ଜଣାପଡିଛି । ଭଂସାଲି ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ଶୁଟିଂ ପରେ ପରେ ‘ବୈଜୁ ବାୱରା’ର ଶୁଟିଂ କରିବାକୁ ପ୍ଲାନ କରିଥିଲେ । ଏବେ ‘ଗଙ୍ଗୁବାଇ କାଠିଆୱାଡି’ର ଶୁଟିଂ ସରିଛି ହେଲେ ଦୀପିକା ଓ ରଣବୀର କପୁର ଏଥିପାଇଁ ସମୟ ନ ଦେବାରୁ ‘ବୈଜୁ ବାୱରା’ ପାଇଁ ଭଂସାଲି ଆଲିଆ ଓ ରଣବୀର ସିଂଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ନିର୍ଦ୍ଦେଶକ ‘ବୈଜୁ ବାୱରା’ର ପୋଷ୍ଟ ପ୍ରଡକ୍ସନ ସହ ପ୍ରିପ୍ରଡକ୍ସନ କାମ ବି ଆରମ୍ଭ କରି ସାରିଛନ୍ତି ଭଂସାଲି । ଏହା ୨୦୨୨ର ମଧ୍ୟ ଭାଗରେ ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏକ ବଡ ଷ୍ଟୁଡିଓରେ ଏହାର ସେଟ୍ ଲଗାଇବାକୁ ସ୍ଥିର କରାଯାଇଛି । ଏକାଥରେ ୭-୮ ମାସ ଧରି ସେଠାରେ ଶୁଟିଂ କରାଯିବା ସହ ଫିଲ୍ମର ଶୁଟିଂ ଶେଷ କରାଯିବାକୁ ଚେଷ୍ଟା କରାଯିବ ।

Share