ରୋମାଣ୍ଟିକ କମେଡି ଫିଲ୍ମରେ ନଜର ଆସିବେ ଶ୍ରଦ୍ଧା

ମୁମ୍ବାଇ: ‘ପ୍ୟାର କା ପଞ୍ଚନାମା’, ‘ସୋନୁ କେ ଟିଟୁକି ସ୍ୱିଟି’ ଭଳି ରୋମାଣ୍ଟିକ ଓ କମେଡି ଫିଲ୍ମ ନିର୍ଦ୍ଦେଶନା ଦେଉଥିବା ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଆଗାମୀ ଫିଲ୍ମକୁ ଦର୍ଶକେ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । କାରଣ ଏହି ଫିଲ୍ମରେ ପ୍ରଥମଥର ଲାଗି ଶ୍ରଦ୍ଧା କପୁର ଓ ରଣବୀର କପୁରଙ୍କ ଯୋଡିକୁ ଦେଖିବାକୁ ମିଳିବ । ଏବେ ଏହି ଫିଲ୍ମର ରିଲିଜ୍ ଡେଟ୍ ସାମ୍ନାକୁ ଆସିଛି । ଦ ମଚ ଆୱେଟେଡ ଫିଲ୍ମ ୧୮ ମାଚ୍ଚ ୨୦୨୨ରେ ହୋଲିରେ ରିଲିଜ ହେବ ବୋଳି ଜଣାପଡିଛି । ସୋସିଆଲ ମିଡିଆରେ ଏହି ଖବର ଦିଆଯାଇଛି । ରଣବୀର ଓ ଶ୍ରଦ୍ଧା କପୁରଙ୍କ ଷ୍ଟାରର ଏହି ଫିଲ୍ମରେ ବୋନି କପୁର ଓ ଡିମ୍ପଲ କାପାଡିଆ ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଅନଟାଇଟଲ୍ଡ ରୋମାଣ୍ଟିକ କମ୍ କମେଡି ଫିଲ୍ମର ଶୁଟିଂ ଜାନୁୟାରୀରୁ ଦିଲ୍ଲୀରେ ଆରମ୍ଭ ହୋଇଯାଇଛି । ତେବେ ଏହାର ରିଲିଜ୍ ଡେଟ୍ ଘୋଷଣା ହେବା ପରେ ପ୍ରଶଂସକମାନେ ରଣବୀର-ଶ୍ରଦ୍ଧା ରୋମାଣ୍ଟିକ ଯୋଡିଙ୍କୁ ଦେଖିବାକୁ ଖୁବ୍ ଉତ୍ସାହ ପ୍ରକାଶ କରିଛନ୍ତି ।

Share