ରଣବୀରଙ୍କ ଫିଲ୍ମ ‘ଆନିମଲ’ର ବିଦେଶରେ ଦବ୍‌ଦବା, ରିଲିଜ୍‌ ପୂର୍ବରୁ ବିକ୍ରି ସରିଲାଣି ଏତିକି ଟିକେଟ୍‌

ମୁମ୍ବାଇ: ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ ‘ଆନିମଲ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମଟି ଡିସେମ୍ବର ୧ରେ ସିନେମା ଘରେ ରିଲିଜ୍‌ ହେବାକୁ ଯାଉଛି। ହେଲେ ଏହା ପୂର୍ବରୂ ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଛି। ଯାହାକୁ ଦେଖିବା ପରେ ପ୍ରଶଂସକଙ୍କର ଉତ୍ସାହ ଆହୁରି ବଢିଯାଇଛି। ଏଥିସହିତ ଟ୍ରେଲରରେ ଅଭିନେତା ଭିନ୍ନ ଏକ ଚରିତ୍ରରେ ନଜର ଆସିଛନ୍ତି। ବିଶେଷ କଥା ହେଉଛି କି ଫିଲ୍ମ ଟି ନଭେମ୍ବର ୩୦ରେ ୟୁଏସ୍‌ରେ ରିଲିଜ୍‌ ହେବ। ୟୁଏସ୍‌ରେ ଏବେ ଠାରୁ ଫିଲ୍ମ ଅନିମଲକୁ ନେଇ କ୍ରେଜ୍‌ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ସେଠାରେ ଆରମ୍ଭ ହୋଇଯାଇଛି। ଇଟାଇମ୍ସ ରିପୋର୍ଟ ଅନୁଯାୟୀ, ଆମେରିକାରେ ସବୁଠାରୁ ଅଧିକ ସ୍କ୍ରିନ୍‌ରେ ରିଲିଜ୍‌ ହେବାକୁ ଯାଉଛି ଆନିମଲ। କୁହାଯାଉଛି ୮୮୮ ସ୍କ୍ରିନ୍‌ରେ ଆନିମଲ ରିଲିଜ ହେବ।

Share