ଆଲିଆ ନୁହେଁ, ଏହି ବ୍ୟକ୍ତିଙ୍କ ସହ ରଣବୀରଙ୍କ ବିବାହ କରିବାକୁ ଚାହୁଁଥିଲେ ରୁଷି କପୁର

ବଲିଉଡ ଅଭିନେତା ରଣବୀର କପୁର ଆଜିି ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। କିନ୍ତୁ ଏଥର ସେ ପ୍ରଥମଥର ପାଇଁ ପିତା ରୁଷି କପୁରଙ୍କ ବିନା ଜନ୍ମଦିନ ପାଳନ କରିଛନ୍ତି। ପୁଅ ରଣବୀର କପୁରଙ୍କ ବିବାହର ସ୍ବପ୍ନ ଦେଖି ରୁଷି କପୁର ଦୁନିଆରୁ ବିଦାୟ ନେଇଥିଲେ। ସେ ଥରେ ରଣବୀରଙ୍କ ବିବାହକୁ ନେଇ ଏକ ମଜାଳିଆ ଟୁଇଟ୍‌ କରିଥିଲେ। ଯାହା ପରେ ଭାଇରାଲ ହୋଇଥିଲା।
କିଛି ଦିନ ହେବ ରଣବୀର ଏବଂ ଅଭିନେତ୍ରୀ ଆଲିଆ ମଧ୍ୟ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ଚାଲିଛି। ଅତୀତରେ କପୁର ପରିବାର ସହିତ ଆଲିଆଙ୍କୁ ଅନେକ ସମୟରେ ଦେଖିବାକୁ ମିଳିଛି। ରୁଷି କପୁର ଜୀବିତ ଥିବାବେଳେ ମଧ୍ୟ ଆଲିଆଙ୍କୁ ତାଙ୍କ ଘରେ ଦେଖିବାକୁ ମିଳିଥିଲା। ସମସ୍ତେ ଆଲିଆଙ୍କୁ ବୋହୂ ମାନିସାରିଛନ୍ତି। ରୁଷି କପୁରଙ୍କ ପାଇଁ ଆଲିଆ ବୋହୂ ଭାବେ ପ୍ରଥମ ପସନ୍ଦ ନ ଥିଲେ। କିନ୍ତୁ ୨୦୧୮ରେ ରଣବୀର ଏବଂ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଏକ ଫଟୋ ଶେୟାର କରିଥିଲେ। ଫଟୋରେ ଉଭୟ ଏକାଠି ବସି କ୍ୟାମେରା ଦେଖୁଥିଲେ। ଫଟୋ ସହିତ ରୁଷି କପୁର ଲେଖିଥିଲେ- ବେଷ୍ଟ୍‌ ଫ୍ରେଣ୍ଡ୍‌, ଯଦି ତୁମେ ଦୁହେଁ ବିବାହ କଲେ କେମିତି ହେବ। ରୁଷି କପୁରଙ୍କ ଏହି ଟୁଇଟ ମଜାଦାର ଥିଲା। ରଣବୀର ଏବଂ ଆୟାନ ପିଲାଦିନର ବନ୍ଧୁ। ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳେ। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଓ୍ବେକ୍‌ଅପ ସିଡ’ରେ ରଣବୀରଙ୍କୁ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଆୟାନଙ୍କୁ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି। ଦୁହିଁଙ୍କ ବନ୍ଧୁତା ଦେଖି ରୁଷି କପୁର ଏହି ମଜାଳିଆ ଟୁଇଟ୍‌ କରିଥିଲେ। ଯାହାକୁ ସେହି ସମୟରେ ପ୍ରଶଂସକମାନେ ପସନ୍ଦ କରିଥିଲେ।

Share