ପ୍ରଥମ ବିବାହ ବାର୍ଷିକୀରେ ଆଲିଆଙ୍କୁ ମହଙ୍ଗା ଉପହାର ଦେଲେ ରଣବୀର, ଦାମ୍‌ ଜାଣିଲେ…

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବି-ଟାଉନର ପ୍ରିୟ ଯୋଡି ଭାବରେ ବିବେଚନା କରାଯାଏ। ପ୍ରଶଂସକଙ୍କ ଏହି ପ୍ରିୟ ଦମ୍ପତି ୧୪ଏପ୍ରିଲରେ ସେମାନଙ୍କର ପ୍ରଥମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହି ସମୟରେ, ବର୍ତ୍ତମାନ ଖବର ଆସୁଛି ଯେ ଆଲିଆଙ୍କ ପ୍ରଥମ ବିବାହ ବାର୍ଷିକୀ ଅବସରରେ ରଣବୀର କପୁର ଏକ ମହଙ୍ଗା ଉପହାର ଦେଇଛନ୍ତି। ଯାହାର ମୂଲ୍ୟ ଜାଣି ଆପଣ ନିଶ୍ଚିତ ଭାବରେ ଚକିତ ହେବେ। ନିକଟରେ ରଣବୀର କପୁରଙ୍କୁ ଚେନଲ ବ୍ୟାଗ ନେଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଯେଉଁଥିପାଇଁ ଅନୁମାନ କରାଯାଇଥିଲା ଯେ ଏହି ବ୍ୟାଗ ନିଶ୍ଚିତ ଭାବରେ ରଣବୀର ଆଲିଆଙ୍କ ପାଇଁ ଆଣିଥିବେ। ଅନ୍ୟପକ୍ଷରେ, ପ୍ରଥମ ବିବାହ ବାର୍ଷିକୀ ଅବସରରେ ଆଲିଆ ଏବଂ ରଣବୀରଙ୍କୁ ମଧ୍ୟ ସେମାନଙ୍କ ନୂଆ ଘର ପାର୍ଶ୍ୱରେ ଦେଖିବାକୁ ମିଳିଥିଲା। ସେହି ସମୟରେ ଆଲିଆ ପିଙ୍କ୍‌ କଲରର ଏକ ଚେନଲ ବ୍ୟାଗ ଧରିଥିବା ନଜର ଆସିଥିଲେ, ଏବଂ ସେହି ବ୍ୟାଗଟି ବିବାହ ବାର୍ଷିକୀ ଅବସରରେ ରଣବୀର ଆଲିଆଙ୍କୁ ଉପହାର ଦେଇଥିବା କୁହାଯାଉଛି।

ଏହି ସମୟରେ ଆଲିଆ ଭଟ୍ଟଙ୍କ ପରି ଏକ ବ୍ୟାଗର ମୂଲ୍ୟ ଏକ ଅନଲାଇନ ଷ୍ଟୋର୍‌ ୱେବସାଇଟରେ ସାମ୍ନାକୁ ଆସିଛି। ଆମେରିକୀୟ ଡଲାର ଅନୁଯାୟୀ ଏହି ବ୍ୟାଗର ମୂଲ୍ୟ ପ୍ରାୟ ୧୨,୨୫୦ ଡଲାର ଅଟେ। ଅନ୍ୟପକ୍ଷରେ, ଭାରତୀୟ ଟଙ୍କା ଆଧାରରେ ଏହି ଗୋଲାପୀ ରଙ୍ଗର ଚେନଲ କ୍ଲାସିକ ହ୍ୟାଣ୍ଡବ୍ୟାଗ୍‌ର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ତେବେ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ହୋଇନାହିଁ ଯେ ଆଲିଆ ଭଟ୍ଟ ତାଙ୍କ ସ୍ବାମୀ ରଣବୀରଙ୍କଠାରୁ ଏହି ବ୍ୟାଗ୍‌ଟି ଉପହାର ପାଇଛନ୍ତି କି ନାହିଁ।

Share