ଓ୍ବେବ୍‌ସିରିଜ୍‌ ପାଇଁ ୭୫ କୋଟି ଦାବି କଲେ ଏହି ଦୁଇ ବଲିଉଡ୍‌ କଳାକାର, ଚିନ୍ତାରେ ନିର୍ମାତା

ବମ୍ବେ: ଫିଲ୍ମ ପରେ ଏବେ ଓ୍ବେବ୍‌ସିରିଜ ମୁହାଁ କଳାକାର। ରାମାୟଣ ଉପରେ ଆଧାରିତ ଓ୍ବେବ୍‌ସିରିଜ୍‌ରେ ନଜର ଆସିବେ ଅଭିନେତା ରଣବୀର କପୁର ଏବଂ ହ୍ରିତିକ ରୋଶନ। ଏଥିପାଇଁ ଉଭୟ ୭୫ କୋଟି ପାରିଶ୍ରମିକ ଦାବି କରିଛନ୍ତି।

ନିର୍ଦ୍ଦେଶକ ନିତେଶ ତିଓ୍ବାରୀଙ୍କ ଓ୍ବେବ୍‌ସିରିଜ୍‌ ରାମାୟଣ ୭୫୦ କୋଟି ବଜେଟ୍‌ରେ ନିର୍ମାଣ ହେବ। ଏଥିରେ ଉଭୟ କଳାକାର ନଜର ଆସିବେ। ଏଥିପାଇଁ ସେମାନେ ମୋଟା ଅଙ୍କର ପାଉଣା ଚାର୍ଜ କରିଛନ୍ତି। ନିର୍ମାତାମାନେ ଏବେ ସୀତାଙ୍କ ଚରିତ୍ର ପାଇଁ ଅଭିନେତ୍ରୀ ଖୋଜୁଥିବାରୁ ଆଗାମୀ ଦିନରେ ଚିତ୍ର ସ୍ପଷ୍ଟ ହେବ ବୋଲି କୁହାଯାଉଛି।

Share