‘ପିକେ-୨’ରେ ନଜର ଆସିବେ ରଣବିର

ବମ୍ବେ: ୨୦୧୪ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ପିକେ’। ଏଥିରେ ଅଭିନେତା ଆମିର ଖାନ୍‌ ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୟକୁ ବେଶ୍‌ ପସନ୍ଦ କରାଯାଇଥିଲା। ଫିଲ୍ମଟି ସେତେବେଳେ ସୁପରହିଟ୍‌ ହେବା ସହ କାହାଣୀକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଫିଲ୍ମର ଅନ୍ତିମ ଦୃଶ୍ୟରେ ଆମିରଙ୍କ ସହ ରଣବିର କପୁର ନଜର ଆସିଥିଲେ। ଏହାପରେ ଫିଲ୍ମର ଦ୍ୱିତୀୟ ଭାଗ ଆସିପାରେ ବୋଲି କୁହାଯାଉଥିଲା। ଏବେ ତାହା ସତ ହେବାକୁ ଯାଉଛି। ପ୍ରଯୋଜକ ବିଧୁ ବିନୋଦ ଚୋପ୍ରା ନିକଟରେ ଫିଲ୍ମର ଦ୍ୱିତୀୟ ଭାଗ ହେବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି। ଏଥିରେ ରଣବିର ନଜର ଆସିବେ।

ଏହି ଫିଲ୍ମ ବ୍ୟତିତ ରଣବିର କରିବାକୁ ଥିବା ଚଳଚ୍ଚିତ୍ର ତାଲିକା ବହୁତ ଲମ୍ବା। ପ୍ରେମିକା ଆଲିଆ ଭଟ୍ଟଙ୍କ ସହ ସେ ବ୍ରହ୍ମାସ୍ତ୍ରରେ ଅଭିନୟ କରିଛନ୍ତି। ସେହିଭଳି ଶ୍ରଦ୍ଧା କପୁରଙ୍କ ସହ ‘ଲଭ୍‌ ରଞ୍ଜନ’ରେ ସେ କାମ କରିବେ। ଆସନ୍ତା ବର୍ଷ ହୋଲିରେ ଏହା ପରଦାକୁ ଆସିବ। ଏନେଇ ନିକଟରେ ଅଭିନେତ୍ରୀ ଶ୍ରଦ୍ଧା ନିଜର ସୋସିଆଲ ପୃଷ୍ଠାରେ ପ୍ରଶଂସକଙ୍କୁ ଜଣାଇଥିଲେ।

Share