ରାଗିଲେ ରଣବୀର!

ମୁମ୍ବାଇ: ବଲିଉଡ ଷ୍ଟାର ତଥା ନ୍ୟୁ ଡାଡ ରଣବୀର କପୁର ଏବେ ତାଙ୍କ ଅପକମିଂ ମୁଭି ‘ତୁ ଝୁଠି ମେ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଅଭିନେତା ଫିଲ୍ମର ପ୍ରମୋଶନ ପାଇଁ ଟେଲିଭିଜନ ରିୟଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ରେ ପହଞ୍ଚିଥିଲେ । ଏହି ସମୟରେ ସେ ଜଣେ କୁନି କଣ୍ଟେଷ୍ଟାଣ୍ଟଙ୍କ ଖୁବ୍ କଥା ହୋଇଥିଲେ ।
୪୦ ବର୍ଷୀୟ ଅଭିନେତାଙ୍କୁ ଯେତେବେଳେ ସେହି କୁନି ପ୍ରତିଯୋଗୀ ଜଣକ ‘ରଣବୀର ଅଙ୍କଲ’ ବୋଲି କହି ଦେଇଥିଲେ ସେତେବେଳେ ସେ ରିଆକ୍ଟ କରି କହିଥିଲେ, ‘ୟାର ମୁଝେ ଅଙ୍କଲ ମତ ବୁଲା ୟାର’ । ରଣବୀର ସାମାନ୍ୟ ରାଗି ଯାଇଥିଲେ ବୋଲି କୁହାଯାଉଛି । ଏହା ଶୁଣିବା ପରେ କୁନି ପ୍ରତିଯୋଗୀ ଜଣଙ୍କ ହସିଦେଇ ରଣବୀରଙ୍କୁ ପ୍ରଶ୍ନ କରିଥିଲେ ତେବେ ମୁଁ ଆପଣଙ୍କୁ କ’ଣ କହି ଡାକିବି । ଏହାକୁ ନେଇ ରଣବୀର କହିଥିଲେ ଆରକେ ବୁଲାଦୋ । ଏହାପରେ କୁନି ଝିଅଟି କହୁଛନ୍ତି ମୁଁ ଆପଣଙ୍କୁ ହୋଲି ଅବସରରେ ଟିକେ ରଙ୍ଗ ଲଗାଇବାକୁ ଚାହୁଁଛି । ଏହାପରେ ରଣବୀର ମଞ୍ଚ ଉପରକୁ ଆସି ସେହି କୁନି ପ୍ରତିଯୋଗୀଙ୍କ ସହ ରଙ୍ଗ ଖେଳିଛନ୍ତି ।
ମଞ୍ଚ ଉପରେ ପ୍ରତିଯୋଗୀ ଜଣଙ୍କ ରଣବୀରଙ୍କୁ ପ୍ରଶ୍ନ କରିଛନ୍ତି ଯେ ଆପଣ ତ ଦାଢି ନିଶ କାଟୁ ନାହାନ୍ତି, ଏହା ଆପଣଙ୍କ ଝିଅକୁ ଗୁଦଗୁଦି କରୁନି । ଏହାର ଉତ୍ତରରେ ନ୍ୟୁ ପିତା କହିଛନ୍ତି, ମୋତେ ତ ଭୟ ଲାଗୁଛି କି ଆଉ ଦୁଇମାସ ପରେ ମୁଁ ଦାଢି କାଟିଦେଲେ ମୋ ଝିଅ ଆଉ ମୋତେ ଚିହ୍ନିପାରିବ ନାହିଁ ।

Share