ମହାଦେବ ଅନଲାଇନ ଗେମିଂ ମନି ଲଣ୍ଡରିଂ ମାମଲାରେ ଇଡିକୁ ମେଲ କଲେ ରଣବୀର କପୁର, ମାଗିଲେ ଦୁଇ ସପ୍ତାହ ସମୟ

ନୂଆଦିଲ୍ଲୀ,୫।୧୦: ମହାଦେବ ଅନଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ରଣବୀର କପୁରଙ୍କ ନାମ ଆସିଥିଲା। କୁହାଯାଉଥିଲା ଯେ ଅନ୍‌ ଲାଇନ ଗେମିଂ ଆପ ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରାକରଙ୍କ ବିବାହରେ ଅନେକ ଅଭିନେତା ଯୋଗ ଦେଇଥିଲେ। ଯେଉଁମାନଙ୍କ ଉପରେ ହାୱାଲା ଜରିଆରେ ଅନେକ ସେଲିବ୍ରେଟଙ୍କୁ ଟଙ୍କା ଦେଇଥିବାର ଅଭିଯୋଗ ହୋଇଛି। ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ଇଡି ରଣବୀର କପୁରଙ୍କ ନିକଟକୁ ସମନ ପଠାଇଥିଲା, ଯେଉଁଥିରେ ଅଭିନେତା ଏକ ଉତ୍ତର ପଠାଇଛନ୍ତି।

ରଣବୀର କପୁର ମହାଦେବ ଅନ୍‌ ଲାଇନ ଗେମିଂ ଆପ ମନି ଲଣ୍ଡରିଂ ମାମଲାରେ ଇଡିରୁ ସମୟ ମାଗିଛନ୍ତି। ସେ ଦୁଇ ସପ୍ତାହ ସମୟ ମାଗିଛନ୍ତି। ଇଡି ରଣବୀର କପୁରଙ୍କୁ ଶୁକ୍ରବାର ସକାଳ ୧୦ଟାରେ ହାଜର ହେବାକୁ କହିଥିଲେ। ରଣବୀର କପୁର ଦୁଇ ସପ୍ତାହ ସମୟ ମାଗି ଇଡିକୁ ଏକ ମେଲ ଲେଖିଛନ୍ତି। ଏହା ପଛରେ ଅଭିନେତା ବ୍ୟକ୍ତିଗତ ପାରିବାରିକ କାରଣ ଏବଂ ପୂର୍ବ ପ୍ରତିଶ୍ରୁତିଗୁଡିକ ଉଲ୍ଲେଖ କରିଛନ୍ତି।

Share