‘ଆନିମଲ’ର ପ୍ରି ଟିଜର ଆଉଟ

ମୁମ୍ବାଇ: ଅଭିନେତା ରଣବୀର କପୁର ‘ତୁ ଝୁଠି ମେ ମକ୍କାର’ ପରେ ଏବେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ’ରେ ନଜର ଆସିବେ। ଦର୍ଶକ ଦୀର୍ଘ ଦିନ ଧରି ଫିଲ୍ମ ରିଲିଜକୁ ଅପେକ୍ଷା କରି ରହିଥିଲେ। ବର୍ତ୍ତମାନ ଫିଲ୍ମ ନିର୍ମାତା ଏହି ମଚ ଆଓ୍ବେଟେଡ ମୁଭିର ପ୍ରି-ଟିଜର ରିଲିଜ କରିଛନ୍ତି। ଫିଲ୍ମର ପ୍ରି-ଟିଜରକୁ ଦେଖିଲେ ଲାଗୁଛି ଯେ ରଣବୀର ଅନେକ ଆକ୍ସନ ସହିତ ‘ଆନିମଲ’ରେ ଅଭିନୟ କରିବାକୁ ଯାଉଛନ୍ତି।
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଭୂଷଣ କୁମାରଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ଆନିମଲ’ ଏକ କ୍ଲାସିକ ଷ୍ଟୋରୀ ଯେଉଁଥିରେ ଅନିଲ କପୁର, ରଶ୍ମିକା ମନ୍ଧାନା, ବବି ଦେଓଲ ଏବଂ ତୃପ୍ତି ଡିମ୍ରିଙ୍କ ଭଳି କଳାକାରମାନେ ରଣବୀର କପୁରଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ର ୧୧ ଅଗଷ୍ଟ୨୦୨୩ ରେ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ୫ଟି ଭାଷାରେ ମୁକ୍ତିଲାଭ କରିବ।

Share