‘ମୁଁ ପୁରସ୍କାର ପାଇଁ ଯୋଗ୍ୟ ନୁହେଁ’

ନିକଟରେ ଅଭିନେତା ରଣବୀର କପୁରଙ୍କୁ ଦାଦାସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ‘ବ୍ରହ୍ମାସ୍ତ୍ର’ରେ ଅଭିନୟ ପାଇଁ ରଣବୀରଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଦିଆଯାଇଛି। କିନ୍ତୁ ସେ ଏହି ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ଭାବୁନାହାନ୍ତି। ଏହି ପୁରସ୍କାର ପାଇ ମୁଁ କୃତଜ୍ଞ କିନ୍ତୁ ଏହି ସମ୍ମାନର ସମ୍ପୂର୍ଣ୍ଣ ଯୋଗ୍ୟ ମୁଁ ନିଜକୁ ଭାବିନାହିଁ ବୋଲି ରଣବୀର କହିଛନ୍ତି।
ନିକଟରେ ଏକ ସାକ୍ଷାତକାରରେ ରଣବୀର କହିଛନ୍ତି, ଆଲିଆ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ପୁରସ୍କାର ଜିତିଥିବାରୁ ମୁଁ ବହୁତ ଖୁସି କିନ୍ତୁ ‘ବ୍ରହ୍ମାସ୍ତ୍ର’ରେ ତାଙ୍କର ଅଭିନୟ ଆଖିଦୃଶିଆ ନ ଥିଲା।
ତଥାପି ଏହି ସମ୍ମାନ ପାଇଁ ମୁଁ ବହୁତ କୃତଜ୍ଞ। ମୁଁ ଭାବୁନାହିଁ ଯେ, ଏହି ସମ୍ମାନ ପାଇଁ ମୁଁ ସମ୍ପୂର୍ଣ୍ଣ ଭାବେ ଯୋଗ୍ୟ। ‘ବ୍ରହ୍ମାସ୍ତ୍ର’ରେ ଏହା ମୋର ଏକ ମହାନ ଅଭିନୟ ମଧ୍ୟ ନ ଥିଲା।
ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ରେ ରଣବୀର ଶିବଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମର ଦ୍ୱିତୀୟ ଭାଗ ଡିସେମ୍ବର ୨୦୨୫ରେ ମୁକ୍ତିଲାଭ କରିବ।

Share