‘ଶମ୍‌ଶେରା’ରେ ଡବଲ୍‌ ରୋଲ୍‌

ବମ୍ବେ: ଚଳିତ ବର୍ଷର ବହୁ ପ୍ରତିକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ହେଲା ‘ଶମଶେରା’। ଶୁକ୍ରବାର ଏହାର ଟ୍ରେଲର ରିଲିଜ ହୋଇଛି। ଏହାକୁ ଦେଖିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ଆହୁରି ବଢ଼ି ଯାଇଛି। ଏସବୁ ଭିତରେ ଚଳଚ୍ଚିତ୍ରରେ ଅଭିନେତା ରଣବୀର କପୁର ଡବଲ୍‌ ରୋଲ୍‌ କରୁଥିବା ଜଣାପଡ଼ିଛି।

‘ଶମଶେରା’ରେ ରଣବୀର ନିଜ ବାପାଙ୍କ ଭୂମିକାରେ ମଧ୍ୟ ନଜର ଆସିବେ। ଏହା ଅନେକଙ୍କୁ ଚକିତ କରିଛି। ଉଭୟ ଭୂମିକା ଲାଗି ଅଭିନେତା ବହୁତ ପରିଶ୍ରମ କରିଛନ୍ତି। ତେବେ ଏହା ବହୁତ ବଡ଼ ଭୂମିକା। ଜଣେ ଅଭିନେତା ଲାଗି ବହୁତ ରୋମାଞ୍ଚକର ବୋଲି ଅଭିନେତା କହିଛନ୍ତି। ଚଳଚ୍ଚିତ୍ରରେ ତାଙ୍କ ବ୍ୟତିତ ସଞ୍ଜୟ ଦତ୍ତ ଏବଂ ବାଣୀ କପୁର ପ୍ରମୁଖ ଅଛନ୍ତି।

Share