ବମ୍ବେ: ନିକଟରେ ହାତକୁ ଦୁଇହାତ ହୋଇଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ। ଏହି ହାଇପ୍ରୋଫାଇଲ ବିବାହର ଫଟୋଗୁଡ଼ିକୁ ପରିବାରଲୋକେ ଧିରେ ଧିରେ ଶେୟାର କରୁଛନ୍ତି। ସେଥିରୁ କିଛି ବେଶ ଚର୍ଚ୍ଚାରେ ରହୁଛି। ସେଭଳି ଗୋଟିଏ ଫଟୋ ଏବେ ଚର୍ଚ୍ଚାରେ। ଫଟୋଟିରେ ଶାଳୀମାନଙ୍କ ଗହଣରେ ରଣବୀର ଥିବା ଦେଖାଯାଉଛି।
ବିବାହରେ ଶାଳୀମାନଙ୍କୁ ପାଉଣା ଦେବାର ରହିଛି ପରମ୍ପରା। ସେଭଳି କିଛି ରଣବୀର-ଆଲିଆଙ୍କ ବିବାହରେ ଦେଖିବାକୁ ମିଳିଛି। ଆଲିଆଙ୍କ ପ୍ରିୟ ବନ୍ଧୁ ତାନ୍ୟା ସାହା ନିଜର ସୋସିଆଲ ମିଡିଆରେ ଶେୟାର କରିଥିବା ଫଟୋରୁ ରଣବୀର ଶାଳୀମାନଙ୍କୁ ମୋଟା ଅଙ୍କର ପାଉଣା ଦେଇଥିବା ସ୍ପଷ୍ଟ ହୋଇଛି। ଫଟୋରେ ରଣବୀର ଏକ ହାତଲେଖା ନୋଟ୍ ଧରିଛନ୍ତି। ସେଥିରେ ‘ମୁଁ, ଆଲିଆଙ୍କ ସ୍ବାମୀ, ସବୁ ଶାଳୀମାନଙ୍କୁ ୧୨ ଲକ୍ଷ ଦେବାକୁ ଶପଥ କରୁଛି’ ବୋଲି ଲେଖାଯାଇଛି। ତାନ୍ୟା ଫଟୋ ଶେୟାର କରି ‘ଏଭଳି ଗୋଟିଏ ଦିନ ପାଇଁ,ମୁଁ ବଞ୍ଚିଥିଲି। ପେଟ ଦରଜ କଲା ଭଳି ହସ, ବହୁତ ଖୁସି ଏବଂ ଲୁହ, ମୋର ପ୍ରିୟ ଆଲିଆଙ୍କ ପ୍ରେମକାହାଣୀର ଉତ୍ସବ’ ଲେଖିଛନ୍ତି।