‘ଆନିମଲ’ ପାଇଁ ଫି’ କମାଇଲେ ରଣବୀର

ମୁମ୍ବାଇ: ଅଭିନେତା ରଣବୀର କପୁର ଅଭିନୀତ ‘ଆନିମଲ’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ସନ୍ଦୀପ ରେଡ୍ଡୀ ବାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ନିକଟରେ ରଣବୀରଙ୍କ ଜନ୍ମଦିନରେ ନିର୍ମାତା ଚଳଚ୍ଚିତ୍ରର ଟିଜର ରିଲିଜ କରିଥିଲେ, ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଏହି ସମୟରେ ଅଭିନେତାଙ୍କ ବିଷୟରେ ଏକ ସୂଚନା ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ରଣବୀର ‘ଆନିମଲ’ ପାଇଁ କମ୍‌ ଟଙ୍କା ଚାର୍ଜ କରିଛନ୍ତି।

ଖବର ଅନୁଯାୟୀ, ରଣବୀର ଏକ ଫିଲ୍ମ ପାଇଁ ପ୍ରାୟ ୭୦କୋଟି ଟଙ୍କା ଚାର୍ଜ କରନ୍ତି, କିନ୍ତୁ ‘ଆନିମଲ’ ପାଇଁ ସେ ନିଜ ଫି’କୁ ୫୦ ପ୍ରତିଶତ ହ୍ରାସ କରିଛନ୍ତି। ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ, ନିର୍ମାତା ଭୂଷଣ କୁମାର ଏବଂ ପ୍ରଣୟ ରେଡ୍ଡୀ ବାଙ୍ଗାଙ୍କୁ ସମର୍ଥନ କରିବା ପାଇଁ ରଣବୀର ଏହା କରିଛନ୍ତି। ରଣବୀର କପୁର ‘ଆନିମଲ’ ପାଇଁ ୩୦-୩୫ କୋଟି ଟଙ୍କା ଚାର୍ଜ କରିଥିବା ଜଣାପଡିଛି।

Share