ବିବାହ ପରେ କାମକୁ ଫେରିଲେ ରଣବୀର

ବିବାହ ପରେ ପୁଣି ଥରେ କାମକୁ ଫେରିଛନ୍ତି ଅଭିନେତା ରଣବୀର କପୁର। ନିକଟରେ ତାଙ୍କୁ ଟି-ସିରିଜ ଅଫିସ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ଏକ ଧଳା ରଙ୍ଗର ଟି-ସାର୍ଟ ଏବଂ ବେଜି ରଙ୍ଗର ପ୍ୟାଣ୍ଟରେ ନଜର ଆସିଥିଲେ।
ଏପ୍ରିଲ ୧୪ରେ ରଣବୀର ଏବଂ ଆଲିଆଙ୍କର ଧୁମ୍‌ଧାମ୍‌ରେ ବିବାହ ହୋଇଯାଇଛି। ୫ ବର୍ଷର ପ୍ରେମ ସମ୍ପର୍କକୁ ଦୁହେଁ ଅଫିସିଆଲ କରିଛନ୍ତି। ମୁମ୍ବାଇ ସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ଦୁହିଁଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ତାଙ୍କ ବିବାହରେ ପରିବାର ସଦସ୍ୟ ସହ ବି-ଟାଉନର ଅନେକ ସେଲିବ୍ରିଟି ମଧ୍ୟ ଉପସ୍ଥିତ ଥିଲେ।

Share